କୋଭିଡ-୧୯ ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ; କେନ୍ଦ୍ରଠୁ ଆର୍ଥିକ ସହାୟତା ଲୋଡିଲେ ରାଜ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ କରୋନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ସେ କହିଛନ୍ତି ଯେ କିପରି ଲକଡାଉନକୁ କଡ଼ାକଡ଼ି କରାଯିବ ଏବଂ ଲୋକମାନେ ସଚେତନ ହେବେ ସେ ନେଇ କର୍ଯ୍ୟାନୁଷ୍ଠାନ କଡାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୫୦୦ କୋଟି ଟଙ୍କାର ସହାୟତା ଲୋଡିଛନ୍ତି। ସେହିପରି ଅନ୍ୟ ରାଜ୍ୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆର୍ଥିକ ସହାୟତା ଲୋଡିଛନ୍ତି।

ତେବେ କରୋନାକୁ ନେଇ ଦେଶରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ସବୁ ରାଜ୍ୟରେ ଏହାକୁ ନେଇ ନିୟମକୁ କଡ଼ାକଡ଼ି କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ।

krmgf2jo

ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ପର୍କିତ ଆଲୋଚନା କରୁଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକ ମେଡ଼ିକାଲ କିଟ, ବାକି ଥିବା ପଇସା ସହିତ ଆର୍ଥିକ ସହାୟତା ମାଗିଛନ୍ତି। ଏଥିସହ ରାଜ୍ୟ ସରକାର ଏହି ଲକଡାଉନ କେଉଁ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନିକଟରେ ୨୫୦୦ କୋଟି ଟଙ୍କାର ସହାୟତା ମାଗିବା ସହିତ ପୂର୍ବରୁ ବାକିଥିବା ୫୦ ହଜାର କୋଟି ଟଙ୍କାର ମାଗିଛନ୍ତି। ସେହିପରି ପଞ୍ଜାବର ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କେନ୍ଦ୍ର ନିକଟରେ ବାକି ଥିବା ୬୦ହଜାର କୋଟି ଟଙ୍କା ମାଗିଛନ୍ତି। ଏଥିସହ ନୂତନ ଫସଲ ହେଉଥିବା ଗହମର ୨ ଲକ୍ଷ ମେଟ୍ରିକ ଟନ ଗଚ୍ଛିତ ରଖିବା ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି।