ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପବିତ୍ର ରାମ ନବମୀରେ ସାରା ସହର ଜନ ଶୂନ୍ୟ ହୋଇପଡ଼ିଛି। କରୋନ ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ସାରା ସହର ତଥା ଦେଶକୁ ଲକଡାଉନ କରିଥିବା ବେଳେ ଏଥିରେ ରାମନବମୀ ପର୍ବ ଫିକା ପଡ଼ିଛି। ତେବେ ପୂର୍ବରୁ ରାମନବମୀରେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଆଜି କରୋନା ଲଢ଼େଇରେ ଏହା ପାଳନ ହେଉନାହିିଁ। ଲୋକମାନେ ମଧ୍ୟ ନିଜ ସୁରକ୍ଷା ସହ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ କେହି ମନ୍ଦିରକୁ ଯାଇନାହାନ୍ତି। ଏହି ଅବସରରେ ସମସ୍ତେ ଘରେ ରହି ରାମଙ୍କ ପୂଜା କରୁଥିବା ଦେଖିବାକୁ ମିଳଛି।
