କରୋନା ପ୍ରଭାବରେ ଫିକା ପଡ଼ିଲା ରାମନବମୀ, ନିରାଡମ୍ବର ଭାବେ ପାଳନ ହେଉଛି ରାମଙ୍କ ଜନ୍ମ ଉତ୍ସବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପବିତ୍ର ରାମ ନବମୀରେ ସାରା ସହର ଜନ ଶୂନ୍ୟ ହୋଇପଡ଼ିଛି। କରୋନ ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ସାରା ସହର ତଥା ଦେଶକୁ ଲକଡାଉନ କରିଥିବା ବେଳେ ଏଥିରେ ରାମନବମୀ ପର୍ବ ଫିକା ପଡ଼ିଛି। ତେବେ ପୂର୍ବରୁ ରାମନବମୀରେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଆଜି କରୋନା ଲଢ଼େଇରେ ଏହା ପାଳନ ହେଉନାହିିଁ। ଲୋକମାନେ ମଧ୍ୟ ନିଜ ସୁରକ୍ଷା ସହ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ କେହି ମନ୍ଦିରକୁ ଯାଇନାହାନ୍ତି। ଏହି ଅବସରରେ ସମସ୍ତେ ଘରେ ରହି ରାମଙ୍କ ପୂଜା କରୁଥିବା ଦେଖିବାକୁ ମିଳଛି।

ସୂଚାନ ଅନୁଯାୟୀ ଚୈତ୍ର ଶୁକ୍ଳ ନବମୀ ତିଥି ବା ପବିତ୍ର ଶ୍ରୀରାମ ନବମୀରେ ଧରାପୃଷ୍ଠରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ରାମ ନବମୀ ବେଶ ଧୁମ୍‌ଧାମରେ ସାରା ଦେଶରେ ପାଳନ ହୋଇଥାଏ। ଏଥର କିନ୍ତୁ କରୋନା ପାଇଁ ରାମ ନବମୀ ପୂରା ଫିକା ପଡ଼ିଛି। ବିନା ଶ୍ରଦ୍ଧାଳୁରେ ଶ୍ରୀରାମ ନବମୀ ରାମମନ୍ଦିର ମନଙ୍କରେ ପାଳନ ଚାଲିଛି । କରୋନା ବ୍ୟାପିବା ପରେ ସାରା ଦେଶରେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରାଯାଉଛି ।

ବିଭିନ୍ନ ରାମ ମନ୍ଦିରରେ କେବଳସେବାୟତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ କାର୍ୟ୍ୟକ୍ରମ କରାଯାଉଛି । ଅଯୋଧ୍ୟାରେ ମଧ୍ୟ ଶ୍ରୀରାମ ନବମୀ ଫିକା ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି। କେବଳ କିଛି ଲୋକଙ୍କୁ ନେଇ ଅତି ଆବଶ୍ୟକ ପଡ଼ୁଥିବା ଯଜ୍ଞ କରାଯାଉଛି। ସେହିପରି ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ମଧ୍ୟ ନିରାଡମ୍ୱର ଭାବେ ରାମ ନବମୀ ପାଳନ କରାଯାଉଛି। ରାମ ମନ୍ଦିରରେ ଗହଳି ନାହିଁ। ମନ୍ଦିରର ସବୁ ଫାଟକରେ ତାଲା ପକାଯାଇଛି ଏବଂ ମନ୍ଦିରକୁ ପୁଲିସ ଘେରି ରହିଛନ୍ତି। କିଛି ଶ୍ରଦ୍ଧାଳୁ ମନ୍ଦିର ବାହାରୁ ଦର୍ଶନ କରି ଯାଉଥିବା ଦେଖିବାକୁ ମିଳିଛି।