ମୋଦୀଙ୍କ ପ୍ରଶଂସା କଲା ଡବ୍ଲ୍ୟୁଏଚ୍ଓ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛି। କରୋନା ଭାଇରସ ବିରୋଧ ଲଢ଼େଇରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉଚ୍ଚକୋଟୀର ବୋଲି ମଧ୍ୟ ଦର୍ଶାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟି.ଏ. ଗେବ୍ରେୟେସସ କହିଛନ୍ତି କି, ଗରିବଙ୍କ ପାଇଁ ମୋଦୀ ଯେଉଁ ସହାୟତା ରାଶି ଘୋଷଣା କରିଛନ୍ତି ଏହି ସଙ୍କଟପୂର୍ଣ୍ଣ ସ୍ଥିତିରେ ତାହା ଖୁବ୍ ସହାୟକ ହେବ। ଏହାସହ ଅନ୍ୟ ବିକାଶଶୀଳ ଦେଶ ପାଇଁ ଭାରତ ଏକ ଉଦାହରଣ ସାଜିଛି। ଅନ୍ୟପଟେ ଅନ୍ୟ ବିକାଶଶୀଳ ଦେଶ ସାମାଜିକ କଲ୍ୟାଣ ସମ୍ପର୍କିତ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି ବୋଲି ମଧ୍ୟ ସେ କହିଥିଲେ। ପ୍ରକାଶଯୋଗ୍ୟ ଯେ, କରୋନା ବିରୋଧ ଲଢ଼େଇରେ ଭାରତ ଆଗୁଆ ରହିବ ବୋଲି ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶା ପ୍ରକଟ କରିଥିଲା।