ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ଆନ୍ଧ୍ରରେ ଫସିଥିବା ଓଡ଼ିଆଙ୍କୁ ଥଇଥାନ ଓ ଖାଦ୍ୟ ବ୍ୟବସ୍ଥା

ଆନ୍ଧ୍ରପ୍ରଦେଶ,ଏଜେନ୍ସି: ସାରା ଦେଶରେ କରୋନା କାରଣରୁ ଲକ୍ଡାଉନ୍ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳରେ ଅନେକଲୋକ ସ୍ୱଗୃହକୁ ଫେରିନପାରି ହଇରାଣହରକତ ହେଉଛନ୍ତି। ସେହିପରି ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଆସିଥିବା କିଛି ତୀର୍ଥଯାତ୍ରୀ ଓ ଶ୍ରମିକମାନେ ଫସିଯାଇଛନ୍ତି। ସେମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରିବା ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ଫଳରେ ରାଜ୍ୟ ପ୍ରଶାସନ ସେମାନଙ୍କର ସମସ୍ତ ବନ୍ଦୋବସ୍ତ କରିଛନ୍ତି।

ପ୍ରକାଶ ଥାଉକି ଓଡ଼ିଶାରୁ ୧୫ ଜଣ ତୀର୍ଥଯାତ୍ରୀ ତିରୁପତି ଦର୍ଶନ କରିବା ପାଇଁ ଆନ୍ଧ୍ର ପ୍ରାଦେଶ ଆସିଥିଲେ। ଦେଶରେ ଜନତା କର୍ଫୁ ଓ ପରେ ପରେ ଲକ୍ଡାଉନ ଜାରି ପରେ ଉକ୍ତ ତୀର୍ଥଯାତ୍ରୀ ଓଡ଼ିଶା ଫେରି ନପାରି ରହିବା ଓ ଖାଇବାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କର ଜଣେ ସମ୍ପର୍କୀୟ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ଫଳରେ ରାଜ୍ୟପାଳ ପ୍ରଶାସନକୁ କହି ସେମାନଙ୍କ ରହିବା ଓ ଖାଇବାର ବନ୍ଦୋବସ୍ତ କରିଥିଲେ। ମଙ୍ଗଳାଗିରିଠାରେ ୩୦ ଜଣ ଶ୍ରମିକ, ଦୁବାଡାଠାରେ ୨୦ ଜଣ ଶ୍ରମିକ, ବିଜୟୱାର୍ଡାଠାରେ ୨୦ ଜଣ ଓ ବିଶାଖାପାଟଣାଠାରେ ୨୩ ଜଣ ଶ୍ରମିକ ଏହି ଲକ୍ଡାଉନର ଶିକାର ହୋଇ ନାହିଁନଥିବା ଅବସ୍ଥା ଭୋଗିଥିଲେ।