ପାଟଣାଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପାଟଣାଗଡ଼ ଉପଖଣ୍ଡର ଜଳିଆ ଗ୍ରାମରେ ଏକ ଅଭିନବ ଉପାୟରେ ଲୋକମାନଙ୍କୁ ସଚେତନ କରାଯାଉଛି। ଏ ନେଇ ଗାଁ’ର କିଛି ଯୁବକ ଲୋକଙ୍କୁ ଗ୍ରାମରୁ ବାହାରିବା ପାଇଁ ମନା କରୁଥିବା ବେଳେ ଗ୍ରାମ ବାହାରୁ କୌଣସି ଲୋକଙ୍କୁ ଗାଁ ଭିତରକୁ ଆସିବାକୁ ଦେଉନାହାନ୍ତି। ଏଥିସହ ଲୋକମାନଙ୍କୁ ସାବୁନରେ ହାତ ଧୋଇ ମାକ୍ସ ପିନ୍ଧିବାକୁ କହୁଛନ୍ତି। ତେବେ ଗାଁର ଉଭୟ ପଟକୁ ଗ୍ରାମବାସୀ ସିଲ କରିଦେଇଛନ୍ତି।
