ଯେକୌଣସି ଏଟିଏମରୁ ଉଠାଇ ପାରିବେ ଟଙ୍କା : କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ମହାମାରୀ କରୋନା ଭାରତରେ ତାର କାୟା ବିସ୍ତାର କରିଚାଲିଛି । ଏହି ମହାମାରୀ କରୋନାର ମୁକାବିଲା କରିବା​‌ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସରକାର ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ଲକ୍ ଡାଉନ୍ ସମୟରେ କିପରି ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ସରକାର ଧ୍ୟାନ ଦେଉଛନ୍ତି । ଏହିକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ବଡ ଘୋଷଣା କରିଛନ୍ତି । ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଗ୍ରାହକଙ୍କୁ କୌଣସି ଅର୍ଥ ଦେବାକୁ ପଡିବନି , ଡେବିଟ୍‌ କାର୍ଡଧାରୀମାନେ ମଧ୍ୟ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହି ନିୟମ ଅନୁସାରେ ଗ୍ରାହକମାନେ ଯେକୌଣସି ଏଟିଏମରୁ ଅସିମିତ ଥର ଟଙ୍କା ଉଠାଣ କରିପାରିବେ । ଏହି ନିୟମ ଆଗାମୀ ୩ ମାସ ପର୍ଯ୍ୟନ୍ତ ଲାଗୁ ରହିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।