କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଠାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ କରୋନା ସମ୍ପର୍କରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଦରବାର ହଲଠାରେ ଆୟୋଜିତ ଏହି ବୈଠକରେ କେନ୍ଦୁଝର ଜିଲ୍ଲାପରିଷଦ ଅଧ୍ୟକ୍ଷ କମଳିନୀ ପାତ୍ର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ଆଶିଷ ଠାକରେ, ପିଡ଼ି ଡ଼ିଆରଡ଼ିଏ ଉଦ୍ଧବ ଚରଣ ମାଝୀ, ଘଷିପୁରା ବିଧାୟକ ବଦ୍ରିନାରାୟନ ପାତ୍ର, ସିଡିଏମଓ ଅଶୋକ ଦାଶ୍, ସଦର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ଏବଂ ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।
