ଜିଲ୍ଲାରେ ଖୋଳିଲା ୪ଟି ଆଇସୋଲେସନ ୱାର୍ଡ
ଝାରସୁଗୁଡା,ଏନ୍ଏନ୍ଏସ୍ : କୋରନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମସ୍ତ ପଦକ୍ଷେପକୁ ଜିଲ୍ଲାବାସୀଙ୍କ ନିକଟକୁ ପହଂଚାଇ ଜନ ସଚେତନାତା ଆଣିବା ପାଇଁ ମଙ୍ଗଳବାର ଝାରସୁଗୁଡା ଜିଲ୍ଲାପଳ ସରୋଜ କୁାମର ସାମଲଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ କହିଛନ୍ତି ସଚେତନତା ମାଧ୍ୟମରେ କରୋନାର ମୁକାବିଲା କରାଯାଇ ପାରିବ। କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମଣ୍ଡଳିୟାସ୍ଥିତ କେନ୍ଦ୍ରିୟ ଚିକିତ୍ସାଳୟ, ଟିଆରଲର ଚିକିତ୍ସାଳୟ ଓ ଓପଜିସି ଚିକିତ୍ସାଳୟରେ ଆଇସୋଲେସନ ଓର୍ଡର ବ୍ୟବସ୍ଥା କରାଯାଇଛି ।
ସେହିପରି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା କର୍ଣ୍ଣର ଓ ଗ୍ରାମପଂଚାୟତ ସ୍ତରରେ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରାଯାଉଛି। ଏହାସହ ଜିଲ୍ଲାର ଜନଗହଳିପୂର୍ଣ୍ଣ ସ୍ଥାନ ମଙ୍ଗଳବଜାରରେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ଲାଗୁ କରାଯାଇଛି। ଅନ୍ୟ ସ୍ଥାନଗୁଡିକରେ ମଧ୍ୟ ଯେପରି ଲୋକଙ୍କ ଭିଡ ସୃଷ୍ଟି ନହେବ ସେଥିପାଇଁ ସମସ୍ତ ଥାନା ଅଧିକାରୀମାନଙ୍କୁ ସୂଚନା ଦେବା ସହ ଯଜ୍ଞ, ବୈଠକ, ର୍ୟାଲି, ମେଳା ମହୋତ୍ସବ, ଯାନିଯାତ୍ରା, ସଭାସମିତି ପରି ସମସ୍ତ ଜନସମାବେଶକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ, ମଲ, ସିନେମା ହଲ, ସୁ୍ଇମିଙ୍ଗ ପୁଲ, ଜିମ୍ ଆଦିକୁ ମଧ୍ୟ ବନ୍ଦ କରାଯାଇଛି। ଏହାସହ ସାଧାରଣ ପରିବହନରେ ନିୟୋଜିତ ଯାତ୍ରୀବାହୀ ଗାଡିଗୁଡିକର ନିୟମିତ ଶୋଧନର ବ୍ୟବସ୍ଥା କରାଯାଇଛି। ସେହିପରି ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ହେଉଥିବା ଭିଡକୁ ରୋକିବା ପାଇଁ କମର୍ସିଆଲ ଟ୍ରାନ୍ସପୋର୍ଟ କମିଶନରଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଅନ୍ୟପଟେ ଜିଲ୍ଲାର ସମସ୍ତ ଲୋକଙ୍କୁ ସଚେତନ କରିବା ପାଇଁ ଆଙ୍ଗନୱାଡି କର୍ମୀ, ଆଶକର୍ମୀଙ୍କ ମାଧ୍ୟମରେ ୧ଲକ୍ଷ ୩୦ ହଜାର ଘରରେ ପ୍ରଚାର ପତ୍ରିକା ବଣ୍ଟା ଯାଉଛି। ସେହିପରି ସହରରେ ପ୍ରଚାର, ବ୍ୟାନର ଆଦି ଲଗାଯାଇଛି। ସେହିପରି ସମଗ୍ର ସହରାଂଚଳ ତଥା ଓ ଗ୍ରାମଂଚଳର ବିଦେଶରେ ବା ରାଜ୍ୟ ବହାରେ ବିଭିନ୍ନ ପ୍ରାନ୍ତରେ ରହୁଛନ୍ତି ତାର ତଥ୍ୟ ସଂଗ୍ରହ କରାଯିବା ସହ ଗତ ୧୫ ଦିନ (ମାର୍ଚ୍ଚ ୩ ତାରିଖ) ମଧ୍ୟରେ କେତେ ଲୋକ କେଉଁ ପରିବାରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଓ ପରିଦର୍ଶନରେ ଆସିଛନ୍ତି ତାର ତଥ୍ୟ ସଂଗ୍ରହ କରାଯାଉଛି। ଯଦି କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ଅଂଚଳରୁ ଆସିଥିବା ଲକ୍ଷ କରାଯାଏ, ତେବେ ତାଙ୍କୁ ହୋମ ଆଇସୋଲେସନରେ ରଖିବା ସହ ପରୀକ୍ଷା ଅବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଇସୋଲେସନ ଓାର୍ଡରେ ରଖିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଦେଶରୁ ଆସୁଥିବା ସମ୍ସତ ବ୍ୟକ୍ତି ଟୋଲ ଫ୍ରି ନମ୍ବର ୧୦୪ରେ ବା ଅନ ଲାଇନ ପୋର୍ଟଲ ମକ୍ଟଙ୍ଖସୟ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ପଂଜିକୃତ କରାନ୍ତୁ। ଏହାସହ ଜିଲ୍ଲାର କୋରନା ସଂକ୍ରମିତ ବା ସନ୍ଦିଗ୍ଧ କୌଣସି ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଂଟ୍ରୋଲ ରୁମ ୯୪୩୯୯୮୬୮୫୩ ନମ୍ବର ଜାରି କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନାରୁ ଭୟଭିତ ନ ହୋଇ ସଚେତନ ରହିବାର ଆବଶ୍ୟକତା ରହିଛି। ତେଣୁ ଆଗାମୀ ୧୯ ତାରିଖରେ ସମସ୍ତ ସରପଂଚ, ୨୦ରେ ସମିତି ସଭ୍ୟ ଓ ୨୧ରେ ଜିଲ୍ଲାପରିଷଦମାନଙ୍କର ବୈଠକ ଅନୁଷ୍ଠିତ କରି ନିଜ ନିଜ ଅଂଚଳରେ ବ୍ୟପକ ସଚେନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।
ସେହିପରି ଜିଲ୍ଲା ପ୍ରସାଶନ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ସ୍ତରୀୟ କର୍ମଚାରୀ ଯଥା, ରେଭିନ୍ୟୁ, ପଂଚାୟତିରାଜ, ଲେବର ଡିପାର୍ଟମେଣ୍ଟ, ମେଡିକାଲ ଦଳ, ଆଙ୍ଗନଓାଡ କର୍ମଚାରୀ, ଆଶା ଦିଦିମାଙ୍କ ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ଲୋକଙ୍କୁ ବାରମ୍ବାର ହାତ ଧୋଇବାସହ ପରିସ୍କାର ପରିଚ୍ଛନ୍ନ ରହିବା ପାଇଁ ସଚେତନ କରାଯାଉଛି। ଏହାସହ ଜିଲ୍ଲାରେ ଥିବା ସମସ୍ତ ଶିଳ୍ପାନୁଷ୍ଠାନକୁ ନେଇ ଏକ ବୈଠକ ଅନୁଷ୍ଠିତ କରି କରୋନା ପାଇଁ ସରକାର ଜାରି କରିଥିବା ପଦକ୍ଷେପ ପାଳନ କରିପାଇଁ କୁହାଯାଇଛି। ଏହାସହ ସେମାନଙ୍କ କୌଣସି ଅଧିକାରୀ ଯେମିତି ଏବେ ବିଦେଶ ଯାତ୍ରା ନକରିବେ ସେଥି ନେଇ ସତର୍କ କରାଯାଇଛି। ସେହିପରି ବିଦେଶ ବା ଦେଶର ଅନ୍ୟ ସ୍ଥାନଗୁଡିକରୁ ଆସୁଥିବା ଯାତ୍ରୀମାଙ୍କୁ ବିମାନ ବନ୍ଦରରେ କଡାକଡି ଭାବରେ ଚେକିଂ ଓ ସ୍କାନିଂ କରାଯାଉଛି। ଏଥିପାଇଁ ୩ଟି ସିଫ୍ଟରେ ଡାକ୍ତର ଷ୍ଟାଫ ନର୍ସ ଓ ମେଡିକାଲ କର୍ମଚାରୀ ଉପସ୍ଥିତ ରହି ଥର୍ମାଲ ସ୍କାନର ସାହାଯ୍ୟରେ ସ୍କେନିଂ କରୁଛନ୍ତି ।
ଏହା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଯାତ୍ରୀଙ୍କ ଠିକଣା, ସେମାନେ କେଉଁଠାରୁ ଆସୁଛନ୍ତି , ବିଗତ କିଛି ଦିନରେ କେଉଁ କେଉଁ ସ୍ଥାନକୁ ଭ୍ରମଣ କରିଥିଲେ ତାର ସବିଶେଷ ତଥ୍ୟ ଯାଂଚ କରାଯାଉଛି। ସେହିପରି ସମ୍ମିଳନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକ କହିଛନ୍ତି ଝାରସୁଗୁଡାରେ ଏପର୍ଯ୍ୟନ୍ତ କୌଣସି କରୋନା ସନ୍ଦିଗ୍ଧ ବା ସଂକ୍ରମିତ ରୋଗୀ ନାହାନ୍ତି। କେବଳ ବନ୍ଧବାହାଲରେ ଗତ ଫେବୃଆରୀରେ ଇଟାଲୀରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ସୂଚନା ମିଳିଥିଲା। ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷ କରାଯାଇଛି ଓ ସେ ସୁଶ୍ଥ ଅଛନ୍ତି ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଏହାସହ ଭିଖମପାଲି ଅଂଚଳକୁ ଜଣେ ବ୍ୟକ୍ତି ଭିଲାଇରୁ ଆସିଛନ୍ତି। ତାଙ୍କୁ କାଶ ଜ୍ୱର ହେଉଥିବାରସୂତନା ମିଳିବା ପରେ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଛି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କରୋନାର ମୁକାବିଲା ପାଇଁ ପିରିସ୍କାର ପରିଚ୍ଚନତା ଅବଶମ୍ବନ କରିବାର ଆବଶ୍ୟକତା ରହିଛି। ଘରେ ହେଉ କି ବାହରେ ହେଉ ଲୋକଙ୍କଠୁ ୧ମିଟର ଦୂରତା ରେ ରହି କଥା ବାର୍ତା କରନ୍ତୁ। କାଶ ସମୟରେ ରୁମାଲ ବା କପଡାରେ ନିଜର ମୁହଁକୁ ଢାଙ୍କନ୍ତୁ ଏବଂ ଦିନକୁ ଅତ୍ୟନ୍ତ ୧୦୧୨ ଥର ହାତ ସଫା କରନ୍ତୁ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲପାଳ ସରୋଜ କୁାମର ସାମଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ଜିଲ୍ଲ।ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକି୍ତସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକ, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକି୍ତସା ଅଧିକାରୀ ଡୋଳାମଣି ପଟେଲ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଆଜୟ ଜେନା ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।