ମୁମ୍ବାଇ : ଭାରତରେ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ପୂର୍ବରୁ ଦେଶରେ ଭୂତାଣୁ ସଂକ୍ରମଣରେ ୨ ଜଣ ପ୍ରାଣ ହରାଇଥିଲେ। ମଙ୍ଗଳବାର କରୋନା ଭୂତାଣୁ ସଂକ୍ରମଣରେ ମୁମ୍ବାଇରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୁମ୍ବାଇସ୍ଥିତ କସ୍ତୁରବା ହସ୍ପିଟାଲରେ ଏହି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ୧୫ଟି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨୫ ଜଣ ସଂକ୍ରମିତ ଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୩୯ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।