ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ରିଜର୍ଭ କଲୋନୀ ଲାଇନରେ ମଦ ପିଇ ଜଣେ ହାବିଲଦାର ମହିଳାମାନଙ୍କୁ ବଡ ପାଟିରେ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ହାବିଲଦାର ଜଗଦୀଶ ଛଂଚାଣ ଦୀର୍ଘ ସମୟ ଧରି ରିଜର୍ଭ କଲୋନୀରେ ଏହିପରି ପାତିତୁଣ୍ଡ କରିଥିଲେ । କେହି ଜଣେ ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ମାନୁନଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି। ଏହାସହ ସେ ଏକ ଭଙ୍ଗାଭୁଜାଲି କଚାଡ଼ି ଏମିତି ଆହୁରି ୮ଟି ଭୁଜାଲି ୨୨ଟି ତଲୱାର ଓ ୩ ଟି ବନ୍ଧୁକ ରଖିଛନ୍ତି ବୋଲି ଭିଡିଓରେ କହିଛନ୍ତି ।
କିଏ ମୋ ନା ରେ ଅଭିଯୋଗ କରିଛି, ଆଇ ଏଏମ୍ ଜଗଦୀଶ ଛଂଚାଣ ଘର ରେଙ୍ଗାଲି ଶାସନ ବୋଲି ବଡ଼ପାଟିରେ ପାଟି କୁରଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ଜଣେ କେହି ଛାତ ଉପରୁ ଭିଡ଼ଓ କରି ଭାଇରାଲ କରିଛନ୍ତି । ପୁଲିସ ବାବୁଙ୍କ ଏହି ଭାଇରାଲ ଭିଡିଓ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଜଗଦୀଶ ସବୁବେଳେ ମଦପିଇ ଏପରି କଲୋନୀରେ ଏପରି ଉନ୍ମକ୍ତକାଣ୍ଡ କରିଆସୁଥିବା ମହିଳାମାନେ ଉଚ୍ଚପଦସ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥିରେ ଜଗଦୀଶ ଉତକ୍ଷିପ୍ତ ହୋଇ ଜଗଦିଶ ପୁଲିସ ଲାଇନରେ ମହିଳାମାନଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଝାରସୁଗୁଡ଼ା ଏସପି ଅଶ୍ୱିନୀ କୁମାର ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି ଏ ସଂପର୍କରେ ମୁଁ ତଦନ୍ତର ନିର୍ଦ୍ଦେଶ ଦେଇଛି ରିପୋର୍ଟ ମିଳିବାପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ।