କନ୍ଧମାଳ,ଏନ୍ଏନ୍ଏସ୍ : ଫୁଲବାଣୀ ସହରରେ ଏକ ନଦୀକୁ ସାଙ୍ଗମାନଙ୍କ ସହ ମାଛ ଧରିବାକୁ ଯାଇ ନଦୀ ପାଣିରେ ପଡିରହିଥିବା ବିଦ୍ୟୁତ ତାର ସସ୍ପର୍ଷରେ ଆସି ଜଣେ ୨୨ ବର୍ଷିୟ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତର ଅନ୍ତର୍ଗତ ସେସ୍କାଯୋଡି ଗାଁର ସରୋଜ କୁମାର ଭୁକ୍ତା (୨୨) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗତ ୪ ତାରିଖ ବୁଧବାର ଦିନଠାରୁ ମୃତ ଜୁବକ ଜଣକ ତାଙ୍କ ଗାଁର କିଛି ସାଙ୍ଗମାନଙ୍କ ସହ ଫୁଲବାଣୀ ସହରର ପରିବହନ ତାଲିମ କେନ୍ଦ୍ର ନିକଟରେ ଥିବା ଏକ ଇଟା ଭାଟିକୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ । ଗତକାଲି ସାଙ୍ଗମାନଙ୍କ ସହ ପାଖରେ ଥିବା ନଦୀକୁ ଗାଧୋଇବାକୁ ଯାଇଥିଲେ ଓ ସେଠାରେ ସାଙ୍ଗମାନଙ୍କ ସହ ମାଛ ମାରିବାକୁ ପାଣିକୁ ଯାଇଥିଲେ । ତେବେ ନଦୀ ପାଣିରେ ମାଛ ମାରିବା ପାଇଁ ବିଦ୍ୟୁତ ତାର ସଂଯୋଗ କରାଯାଇଥିବା ମାଛ ଜାଲ ସସ୍ପର୍ଷରେ ତାଙ୍କ ମୃତ୍ୟୁ ହୋଇଥିବା ସାଙ୍ଗରେ ଥିବା ତାଙ୍କ ସାଙ୍ଗମାନେ କହିଛନ୍ତି ।
ଅନ୍ୟପଟେ ତାଙ୍କ ଦେହରେ ପୋଡା ଦାଗ ଥିବାରୁ ବିଦ୍ୟୁତ ସସ୍ପର୍ଷରେ ଆସି ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ସ୍ଥଳରେ ଫୁଲବାଣୀ ଟାଉନ ଥାନା ପୋଲିସ ପହଂଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଯୁବକ ଜଣକ ଇଟାଭାଟିରେ ଶ୍ରମିକ ଭାବରେ କାମ କରୁଥିଲେ । ଇଟାଭାଟି ମାଲିକ ମୃତ ଶ୍ରମିକର ଶୁଦ୍ଧକ୍ରିୟା ବାବାଦରେ ୨୫ ହଜାର ଟଙ୍କା ସାହାଜ୍ୟ ରାଶି ପରିବାର ଲୋକଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।