ନୟାଗଡ଼,ଏନ୍ଏନ୍ଏସ୍: ରବିବାର ଦେଶ ସାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ନାରୀ ସୁରକ୍ଷା ଓ ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମାତ୍ର ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ସୋମବାର ଦିନ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି। ଜଣେ ବୋହୂକୁ ଶାଶୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମାରପିଟ କରୁଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗ୍ରାମର ମହିଳାମାନେ ସକାଳ ୧୦ଟାରୁ ରଣପୁର ଥାନା ଘେରାଉ କରିଛନ୍ତି। ଏ ନେଇ ପୁଲିସକୁ ବାରମ୍ବାର ଜଣାଇ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଏଭଳି ଘେରାଉ କରାଯାଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
