Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଟ୍ରେନର ଇଞ୍ଜିନରୁ ବଗି ଅଲଗା, ଘଣ୍ଟାଏ ପରେ ଗଡ଼ିଲା ଟ୍ରେନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଟ୍ରେନର ଇଞ୍ଜିନରୁ ବଗି ଅଲଗା, ଘଣ୍ଟାଏ ପରେ ଗଡ଼ିଲା ଟ୍ରେନ

ବାଲେଶ୍ୱର,ଏନ୍ଏନ୍ଏସ୍: ଖଡ଼ଗପୁର ରେଳ ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସନରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଦେଖିବାକୁ ମିଳିଛି। ବସ୍ତା ରେଳଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲା। ଫଳରେ ଷ୍ଟେସନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ରେଳବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ କରିବା ପରେ ଟ୍ରେନଟି ୧ଘଣ୍ଟା ୨୦ମିନିଟ ବିଳମ୍ବରେ ଛାଡ଼ିଥିଲା।

ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ ଡାଉନଲାଇନରେ ଏମ୍ବିଡିଆଇଏଚ୍ କୋଇଲା ବୋଝେଇ ଟ୍ରେନ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ବସ୍ତା ଷ୍ଟେସନରେ ୫ଟା ୪୦ମିନିଟରେ ବସ୍ତା ଦକ୍ଷିଣ କେବିନ ନିକଟରେ ଇଞ୍ଜନଠାରୁ ୩ ଟି ବଗି ପରେ ହଠାତ କପଲିନ ଖସିଯାଇଥିଲା। ଫଳରେ ଇଞ୍ଜିନ ସହ ୩ ଟି ବଗି ଅମର୍ଦ୍ଦା ଷ୍ଟେସନ ପର୍ଯ୍ୟନ୍ତ ଚାଲିଯାଇଥିଲା। ପରେ ସେହି ଲାଇନରେ ପୁନର୍ବାର ଉକ୍ତ ଟ୍ରେନଟି ବସ୍ତା ଷ୍ଟେସନକୁ ଫେରି ଆସିଥିଲା। ତେବେ ରେଳ କର୍ମଚାରୀମାନେ ଖସିଯାଇଥିବା ବଗିକୁ ଯୋଡ଼ିବା ପରେ ସନ୍ଧ୍ୟା ୭ଟାରେ ଖଡ଼ଗପୁର ଅଭିମୁଖେ ଯାଇଥିଲା। ଏହା ଫଳରେ ୧ ଘଣ୍ଟା ୨୦ମିନିଟ ଧରି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।