Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓରକେଲ ପୋଲିସ ଦ୍ୱାରା ୭୦ କିଲୋ ଗଞ୍ଜେଇ ଜବତ, ଜଣେ ଚାଲାଣକାରୀ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓରକେଲ ପୋଲିସ ଦ୍ୱାରା ୭୦ କିଲୋ ଗଞ୍ଜେଇ ଜବତ, ଜଣେ ଚାଲାଣକାରୀ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସକୁ ମିଳିଛି ଆଉ ଏକ ସଫଳତା। ଗତକାଲି ମଧ୍ୟ ରାତ୍ରିରେ କୃଷ୍ଣା କୁମାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଏକ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ିକୁ ଅଟକାଇଥିଲେ। ସେଠାରେ ଗାଡ଼ିଟିକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇଥିବା ଜାଣିବାକୁ ପାଇଥିଲେ। ଗାଡିଟି ନ ଅଟକିବାରୁ ତାକୁ ଗୋଡ଼ାଇ ପୁଲିସ ଧରିବାରେ ସକ୍ଷମ ହୋଇଥିଲା।

ତେବେ ଗାଡ଼ିରେ ୭୦ କେଜି ଗଞ୍ଜେଇ ଧରା ପଡିଛି। ଗାଡିଟି ହିରୋ ସିଡ଼ି ଡିଲକ୍ସ ବାଇକ(ଓଆର-୧୦ଇ-୬୩୨୭)। ଗିରଫ ଗଞ୍ଜେଇ ଚାଲାଣକାରୀର ନାମ ହେଉଛି କାଲା ସୋଡି(୨୫) ଓ ସେ ପୁରୁଣା ଚିମଟାପାଲି ପଞ୍ଚାୟତର ବାଣ୍ଡିଗୁଡ଼ା ଗ୍ରାମର। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି। ତେବେ ଏହି ଘଟଣାରେ ଆହୁରି ୨ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି। ତେବେ କାଲା ଏହି ଗଞ୍ଜେଇକୁ ତେନ୍ତୁଳିଗୁଡାରୁ କାଲିମେଳା ଦେଇ ଛତିଶଗଡ଼କୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ଆଜି ସନ୍ଧ୍ୟାରେ କେସ୍ ନଂ-୪୩/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।