୩୦,୫୦୦ ଟଙ୍କା ଫାଇନ୍ ଗଣିଲେ ଅଟୋ ଚାଳକ

ସମ୍ବଲପୁର : ସମ୍ବଲପୁରରେ ମାଲ୍ ପରିବହନ ପାଇଁ ଅଟୋକୁ ଲାଗିଲା ୩୦ହଜାର ୫ଶହ ଟଙ୍କାର ଫାଇନ୍ । ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀବାହୀ ଅଟୋରେ ମାଲ୍ ପରିବହନ କରୁଥିବାରୁ ଅଟୋକୁ ପରିବହନ ବିଭାଗ ଅଧିକାରୀ ୩୦ହଜାର ୫ଶହ ଫାଇନ କରିଛନ୍ତି । ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର, ପଞ୍ଜୀକରଣ ନଥିବାରୁ ୫ହଜାର, ଓଭର ଲୋଡିଂ ପାଇଁ ୨୦ହଜାର ଫାଇନ ହୋଇଛି ।

ସରକାର ଦେଇଥିବା ୬ମାସ ଟ୍ରାଫିକ୍ ନିୟମ କୋହଳ ଅବଧି ଶେଷ ହୋଇଯାଇଛି । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ଫେବୃଆରୀ ୨୯ ତାରିଖରେ ଶେଷ ହୋଇଛି । ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରୁଛନ୍ତି କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏନେଇ ଶନିବାର ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏସପି ଓ ଡିଏସପିମାନଙ୍କୁ ଚିଠି ଲେଖିଥିଲେ ।