ଥିରୁବନନ୍ତପୁରମ,ଏଜେନ୍ସି : କରୋନା ଭୂତାଣୁ ଆଶଙ୍କାରେ ସାଉଦି ଆରବ ପକ୍ଷରୁ ଜାରି ଯାତ୍ରା କଟକଣାର ସମ୍ମୁଖୀନ ହୋଇଛନ୍ତି ଭାରତୀୟ ହଜ ଯାତ୍ରୀଗଣ। କେରଳରୁ ପ୍ରାୟ ୧୦ ହଜାର ହଜ ଯାତ୍ରୀ ସାଉଦି ସରକାରଙ୍କ ଯାତ୍ରା କଟକଣା ପ୍ରତ୍ୟାହାରକୁ ଅପେକ୍ଷା କରିଛନ୍ତି। କେରଳସ୍ଥିତ ହଜ କମିଟି ପକ୍ଷରୁ ଯାତ୍ରୀମାନଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଖୁବ୍ ଶୀଘ୍ର ମକ୍କା ଓ ମଦିନା ପୀଠକୁ ଯାତ୍ରା କରିବା ପାଇଁ ସାଉଦି ଆରବ ସରକାର ଅନୁମତି ପ୍ରଦାନ କରିବେ ବୋଲି କେରଳ ହଜ କମିଟି ଅଧ୍ୟକ୍ଷ ସି ମହମ୍ମଦ ଫୈଜି କହିଛନ୍ତି।