ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ଆଞ୍ଚଳିକ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ଶନିବାର କଲେଜର ଅଧ୍ୟକ୍ଷା ଜୋତ୍ସ୍ନାମଞ୍ଜରୀ ତ୍ରିପାଠୀଙ୍କ ସଭାପତିତ୍ୱରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଅଧ୍ୟାପକ ଡ. କମଳା ପ୍ରସାଦ ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ଓଡ଼ଶପୁର ଅଟୋନମସ କଲେଜର ଅଧ୍ୟାପିକା ଡ. ହୀରଣ୍ମୟୀ ମିଶ୍ର, ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ସାମଜ ସେବୀ ତଥା ମହାବିଦ୍ୟାଳୟର ପ୍ରତିଷ୍ଠାତା ଇଂ ବିଦ୍ୟାଧର ଦାଶ, ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶକ ଦେଇଥିଲେ।
ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଶୈଳେନ୍ଦ୍ର କୁମାର ଡାଳୁଆ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଏନସିସି ବିଭାଗର ଛାତ୍ରଛାତ୍ରୀଙ୍କ ସମେତ ଖେଳ ଶିକ୍ଷକ ଧର୍ମେନ୍ଦ୍ର ସାହୁ, ବଜେନ୍ଦ୍ର କୁମାର ପତି, ରଜତ କୁମାର ଦାଶ, ପର୍ଶୁରାମ ପଣ୍ଡା ଓ ଭୁତ ଭାଇ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।