ପାଟଣା,ଏନ୍ଏନ୍ଏସ୍: କଲେଜ ଛାତ୍ରୀଙ୍କୁ ଅପହରଣ ଘଟଣାରେ ତୁରୁମୁଙ୍ଗା ପୁଲିସ ୩ଜଣ ଯୁବକଙ୍କୁ ଅଟକ ରଖିବା ସହ ଏକ ଧଳା ରଙ୍ଗର କାରକୁ ଜବତ କରିଛି। ସୂଚନା ଅନୁସାରେ ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ କଲେଜରୁ ନିଜ ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ତୁରୁମୁଙ୍ଗା ରାଜନଗର ରାସ୍ତାର ଦେଓଗାଁ ନିକଟରେ ୪ ଜଣ ଦୁର୍ବୁତ୍ତ ଜୋରଜବରଦସ୍ତ ତାଙ୍କୁ କାରରେ ଉଠାଇ ନେଇଥିଲେ। ଏ ନେଇ ଛାତ୍ରୀଙ୍କ ବାପା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ନାକାବନ୍ଦୀ କରିଥିଲା।
