ବଣ୍ଡାଘାଟିରେ ମାଓବାଦୀଙ୍କ ବୈଠକ ଭିଡ଼ିଓ ଭାଇରାଲ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ପୋଲିସର ମାତ୍ରାଧିକ କୁମ୍ବିଂ ଅପରେସନ ଯୋଗୁଁ ବର୍ତମାନ ମାଓବାଦୀମାନେ ସଂପୃକ୍ତ ଅଂଚଳ ଛାଡ଼ି ବଣ୍ଡା ଘାଟିରେ ଆଡ୍ଡା ଜମାଇଥିବା ଏକ ଭାଇରାଲ ଭିଡ଼ିଓରୁ ଜଣାପଡ଼ିଛି। ଏଥିରେ ଜଣେ ସଶସ୍ତ୍ର ମାଓବାଦୀ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଇ ଗ୍ରାମାଂଚଳର ଲୋକେ ନାନା ପ୍ରକାରର ହଇରାଣ ହରକତ ହେଉଥିବା ବେଳେ ଶୋଷିତ ହେଉଛନ୍ତି।

ତେଣୁ ସଂଗଠନରେ ସାମିଲ ହେବାକୁ ଆହ୍ୱାନ ଦେବା ସହ ବୈଠକରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ତେବେ ଏହି ମାଓବାଦୀ ଜଣକ ତେଲୁଗୁ ଭାଷାରେ ଭାଷଣ ଦେଉଥିବାର ଦେଖାଯାଇଛି। ତେବେ ଏହି ବୈଠକ କେବେ ହୋଇଥିଲା ଓ କେଉଁଠାରେ ଏହି ବୈଠକ ହୋଇଥିଲା ସେଥିନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଜଣାପଡ଼ିନାହିଁ। ତେବେ ଏହି ବୈଠକ ବର୍ତମାନ ହୋଇଥିବା ନେଇ ପୁଲିସ ପକ୍ଷରୁ ଖଣ୍ଡନ କରାଯାଇଛି।