ହମିରପୁର ଜଙ୍ଗଲରେ ଡବଲ ମର୍ଡର ଘଟଣା : ଅନୁପ ସାଏଙ୍କୁ ୩ ଦିନ ପୁଲିସ ରିମାଣ୍ଡରେ ରଖିବା ପାଇଁ ଅନୁମତି ଦେଲା କୋର୍ଟ

  ବର୍ଦ୍ଦନଙ୍କୁ ୧ଦିନର ପୁଲିସ ରିମାଣ୍ଡରେ ରଖିବା ପାଇଁ ଅନୁମତି ଦେଲା କୋର୍ଟ
ଝାରସୁଗୁଡା,ଏନ୍ଏନ୍ଏସ୍: ଛତିଶଗଡ ହମିରପୁର ଜଙ୍ଗଲରେ କଳ୍ପନା ଦାସ(୩୨) ଓ ବବଲି ଦାସ(୧୪) ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ୩ ଦିନିଆ ପୁଲିସ ରିମାଣ୍ଡକୁ ମଞ୍ଜୁରି ଦେଇଛି ରାୟଗଡ ଜିଲ୍ଲା କୋର୍ଟ। ସେହିପରି ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୧ ଦିିନ ପାଇଁ ପୁଲିସ ରିମାଣ୍ଡର ମଞ୍ଜୁରୀ ଦେଇଛି କୋର୍ଟ। ରାୟଗଗଡ ପୁଲିସ ପକ୍ଷରୁ ଅନୁପ ଓ ବର୍ଦ୍ଧନର ୭ ଦିନିଆ ପୁଲିସ ରିମାଣ୍ଡ ଆବେଦନର ଶୁଣାଣି କରି ବୁଧବାର ରାୟଗଡ ଜିଲ୍ଲା କୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି। ପୁଲିସ ରିମାଣ୍ଡର ଆବେଦନ ମଞ୍ଜୁର ପରେ ଅଭିଯୁକ୍ତମାନଙ୍କୁ ମୁହାଁ ମୁହିଁ ଜେରା କରାଯିବ। ସେମାନଙ୍କୁ ମୁହାଁମୁହିଁ ଜୋରା କଲେ ହତ୍ୟାକାଣ୍ଡ ବିଷୟରେ ଅଧିକ ତଥ୍ୟ ମିଳି ପାରିବ ବୋଲି ରାୟଗଡ ଏସପି ସନ୍ତୋଷ ସିଂ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ପ୍ରଥମିକ ତଦନ୍ତରେ ଉଭୟ ଅନୁପ ଓ ବର୍ଦ୍ଧନ ପୁଲିସକୁ ସମ୍ମୂର୍ଣ୍ଣ ସହଯୋଗ କରି ନଥିଲେ। ତେଣୁ ହତ୍ୟାର ସମ୍ମୁର୍ଣ୍ଣ ତଥ୍ୟ ପୁଲିସକୁ ମିଳି ପାରି ନଥିଲା। ତେବେ ପୁଲିସ ରିମାଣ୍ଡ ଆବେଦନକୁ କୋର୍ଟ ମଞ୍ଜୁର କଲାପରେ ଏହି ହତ୍ୟାକାଣ୍ଡରେ ଜଡିତ ଥିବା ସମସ୍ତ ଅଭିଯୁକ୍ତ ଓ ମାରଣାସ୍ତ୍ର ପୁଲିସକୁ ମିଳି ପାରିବ ବୋଲି ଛତିଶଗଡ ପୁଲିସ ପକ୍ଷରୁ କୁହାଯାଇଛି। ଏହାସହ କଳ୍ପନା ଓ ବବଲିଙ୍କୁ କାହିଁକି, କେମିତି ଓ କିଏ କିଏ ହତ୍ୟା କରିଥିଲେ ଏ ସମସ୍ତ ତଥ୍ୟ ଅଭିଯୁକ୍ତମାନଙ୍କଠାରୁ ଏବେ ମିଳି ପାରିବ ବୋଲି ଛତିଶଗଡ ପୁଲିସ ପକ୍ଷରୁ କୁହାଯାଇଛି। କଳ୍ପନା ଓ ବବଲି ହତ୍ୟା କାଣ୍ଡର ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ ଗତ ମଙ୍ଗଳବାର କୋର୍ଟରେ ଅନୁପ ଓ ବର୍ଦ୍ଦନ ହାଜର କରି ୭ ଦିନିଆ ରିମାଣ୍ଡର ଆବେଦନ କରାଯାଇଥିଲା। ତେବେ ଗତକାଲି ଶୁଣାଣିକୁ ସ୍ଥଗିତ କରି ଆଜି କୋର୍ଟ ଅନୁପଙ୍କୁ ୩ ଦିନ ଓ ତାଙ୍କ ଡ୍ରାଇଭର ବର୍ଦ୍ଦନଙ୍କୁ ୧ ଦିନ ପାଇଁ ପୁଲିସ ରିମାଣ୍ଡର ମଂଜୁରୀ ଦେଇଛି।

ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତ ତଥା ମାରଣାସ୍ତ୍ର ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସନ୍ଦେହ ଘେରରେ ଥିବା ଅନୁପଙ୍କ ସମ୍ପର୍କୀୟ ଓ ସହଯୋଗୀମାନଙ୍କୁ ଥାନାରେ ହାଜିର ହେବା ପାଇଁ ପୁଲିସ ପକ୍ଷରୁ ନୋଟିସ ଦିଆଯାଇଛି। ପୁଲିସ ନୋଟିସ ପରେ ସନ୍ଦେହ ଘେରରେ ଥିବା ଅନୁପଙ୍କ ସହଯୋଗୀ ତଥା ସମ୍ପର୍କୀୟମାନେ ଥାନାରେ ହଜିର ହେଉଛନ୍ତି। ହତ୍ୟାରେ ସମ୍ପୃକତ ଥିବା ବୋଲେରୋ (ଓଆର୦୨ଏୱଇ୮୫୯୬) ବିଷୟରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ଅନୁପଙ୍କଠୁ ବଲୋରୋ କିଣିଥିବା ସୁନିଲ ସାଏ ଦେଓ ଓ ତାଙ୍କ ଭାଇଙ୍କୁ ନୋଟିସ କରିଥିଲା। ଫଳରେ ଉଭୟ ଚକ୍ରଧରନଗର ଥାନାରେ ଉପସ୍ଥିତ ହୋଇଛନ୍ତି। ହେଲେ ସୁନିଲ ସାଏଦେଓ ବୋଲେରୋକୁ ୨୦୧୭ ମସିହାରେ ଟିଟିଲାଗଡର ଜଣେ ବ୍ୟାବସାୟୀ ସୁନୀଲ ଆଚର୍ଯ୍ୟଙ୍କୁ ଏହା ବିକ୍ରି କରିଥିଲେ।

କିଛିଦିନ ବୋଲେରୋକୁ ବ୍ୟବହାର କରିବା ପରେ ସୁନିଲ ଆଚାର୍ଯ୍ୟ ଏହି ବୋଲେରୋକୁ ଗୁଜୁରାଟର ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ତେଣୁ ଏହି ବୋଲେରୋ ଓ ହତ୍ୟାକାଣ୍ଡରେ ସାମିଲ ଥିବା ଇନୋଭାକୁ ଜବତ କରିବା ପାଇଁ ପୁଲିସର ଭିନ୍ନ ଭିନ୍ନ ଦଳ ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛି । ପ୍ରକାଶ ଯୋଗ୍ୟ ଯେ, ଛତିଶଗଡର ହମିରପୁର ଜଙ୍ଗଲ ନିକଟରେ ୨୦୧୬ ମେ ୭ ତାରିଖରେ ହୋଇଥିବା ବବଲି ଦାସ ଓ କଳ୍ପନା ଦାସ (ମା, ଝିଅ) ହତ୍ୟାକାଣ୍ଡର ପ୍ରାୟ ୪ ବର୍ଷ ପରେ ଗତ ଶୁକ୍ରବାର ଛତିଶଗଡ ପୁଲିସ ପର୍ଦ୍ଦାଫାସ କରିଥିଲା। ଏହି ଘଟଣାର ମୁଖ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ କୁମାର ସାଏକୁ ଗିରଫ କରିବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରିଥିଲା।