ଦେବଗଡ ,ଏନ୍ଏନ୍ଏସ୍ : ଦୀର୍ଘ ୩ ମାସରୁ ଉଦ୍ଧ୍ୱର୍ ସମୟହେଲା ସୁଦୁର ଚେନା୍ନଇକୁ ଦାଦନ ଖଟିବାକୁ ଯାଇଥିବା ତିଲେଇବଣି ବ୍ଲକ ଛେପିଲିପାଲି ପଂଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ପିଂଟୁ ବୁଡା ନାମକ ଜଣେ ଶ୍ରମିକ ନିଖୋଜ ହୋଇଥିବା ସମ୍ପର୍କରେ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଶ୍ରମିକ ପିଂଟୁଙ୍କ ସ୍ତ୍ରୀ ଝରଣା ବୁଡା ଗତକାଲି ଏ ସମ୍ପର୍କରେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାସହ ତାଙ୍କ ସ୍ୱାମୀ ଗତ ୨୦୧୯ ମସିହା ନଭେମ୍ବର ମାସ ୨ ତାରିଖରେ କାମ କରିବାକୁ ଚେନ୍ନାଇର ପୁରୁଣା ପୋଲଭରମ ସ୍ଥିତ ଅମ୍ବିକା ଉଡ ଇଣ୍ଡଷ୍ଟ୍ରୀଜ ପ୍ରାଇଭେଟ ଲିମିଟେଡକୁ ଯାଇଥିଲେ। ମାତ୍ର ସେ ଅଦ୍ୟାବଧି ଘରକୁ ଫେରିନାହାନ୍ତି। ସେହିପରି ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳୀନାହିଁ। ପଂଟୁିୁଙ୍କ କୌଣସି ସନ୍ଧାନ ନମିଳିବାରୁ କିଛିଦିନ ପୂର୍ବେ ତାଙ୍କ ସ୍ତ୍ରୀ ଝରଣା ନିଜେ ଉପରୋକ୍ତ ଠିକଣାକୁ ଯାଇ ପିଂଟୁଙ୍କ ବିଷୟରେ ପଚାରି ବୁଝିଥିଲେ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସୂଚନା ନପାଇ ନିରାଶ ହୋଇ ଫେରିଆସିଥିଲେ। ଶେଷରେ ଗତକାଲି ଏ ସମ୍ପର୍କରେ ଦେବଗଡ ଥାନାରେ ଲିଖିତ ଅଭିଯୋଗକରି ପୁଲିସର ସହାୟତା ଲୋଡିଛନ୍ତି।