କେନ୍ଦୁଝର,ଏନ୍ଏନ୍ଏସ୍: ବନଖଣ୍ଡ ଭୂୟାଁ ଜୁଆଙ୍ଗପୀଡ଼ ବନାଞ୍ଚଳ ତରମାକାନ୍ତ ଠାରେ ଏକ ଛୁଆ ହାତୀର ମୃତ ଦେହ ଠାବ ହୋଇଛି।ପୂର୍ବରୁ ତାରମାକାନ୍ତ ଚା ବଗିଚା ଥିବା ଅଂଚଳରେ ମୃତ ହାତୀକୁ ସ୍ଥାନୀୟ ଲୋକେ ଠାବ କରି ବନବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନ ବିଭାଗ ଅଧିକାରୀ,ପଶୁ ଡାକ୍ତର ଘଟଣା ସ୍ଥଳକୁ ଯାଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ଜଣା ପଡିବ ବୋଲି ବନ ବିଭାଗ କହିଛି ।
ତେବେ ଏଇ ଅଳ୍ପ ଦିନ ତଳେ ପାଲଲହାଡ଼ା ଆଡୁ ପଲେ ହାତୀ ତରମାକାନ୍ତ ଅଂଚଳକୁ ଆସିଥିଲେ । ସେହି ସମୟରେ ଏହି ହାତୀ ଛୁଆ ମାରିଥିବା ଅନୁମାନ କରାଯାଉଛି। ମୃତ ହାତୀଟିର ପାଟିରୁ ଲାଳ ପରି କିଛି ବହାରିଥିବାରୁ ବିଷ ପକ୍ରିୟା କିମ୍ବା ଗୁଳିମାଡ କାରଣରୁ ହାତୀ ମରିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । କିନ୍ତୁ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନି ।