ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସେରପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ରୋଷେଇ କରୁଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଘରର ୩ ବଖରା ଜଳିଯାଇଥିବା ବେଳେ ଏକ ଦମ୍ପତି ପୋଡ଼ି ହୋଇଯାଇଛନ୍ତି। ସୂଚନା ଅନୁସାରେ ସେରପୁର ଗାଁ’ର ସରୋଜିନୀ ସକାଳୁ ରୋଷେଇ କରୁଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ଘଟଣା ସ୍ଥଳରେ ସ୍ତ୍ରୀ ସରୋଜିନୀ ପରିଡା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତ।
