ହାଇୱା-ବାଇକ୍ ମୁହାଁମୁହିଁ ଧକ୍କା: ୨ମୃତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହ୍ରଦଳି ଛକ ନିକଟରେ ଏକ ହାଇୱା-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ବୋରିଗୁମା ମେଡିକାଲ ନେବାବେଳେ ମୃତ୍ୟୁ ଘଟିଥିଲା। ମୃତ ତିନି ବ୍ୟକ୍ତି ଜଗଦଲପୁରର ମାଡ଼ପାଲ ଅଞ୍ଚଳର ବୋଲି ଜଣାପଡ଼ିଥିବାବେଳେ ସେମାନେ ଚରମୂଳା ଗ୍ରାମରେ ଏକ ବିବାହ ଭୋଜିରେ ଯୋଗଦେଇ ନିଜ ଗ୍ରାମକୁ ଫେରୁଥିଲେ।

ହ୍ରରଦଳି ନିକଟରେ ବିପରୀତ ଦିଗରୁ ଆସୁଥିବା ହାଇୱା ସହ ଧକ୍କା ଦେଇଥିଲା। ସେପଟେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ମୃତ ତିନି ବ୍ୟକ୍ତି ହେଲେ ଭଜନ ସିଂହ ସାହାଣୀ(୨୬), ପ୍ରୀତମ ସରଦୁଲ(୨୨) ଏବଂ ସମ୍ବରୁ (୩୬)ବୋଲି ଜଣାପଡିଛି। ଅନ୍ୟ ପଟେ ଦୁର୍ଘଟଣାଗ୍ରସ୍ତ ହାଇୱା ଏବଂ ବାଇକକୁ ଜବତ କରିଛି ପୋଲିସ।