କନ୍ଧମାଳ,ଏନ୍ଏନ୍ଏସ୍: ମାଟି ତଳୁ ବାହାରୁଛି ତେଲ। ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରୁ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପ୍ରଚାରିତ ହେବା ପରେ ଡିଜେଲ ବାହୁଥିବା ସ୍ଥାନରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଛି । ଏହା ସହ ଲୋକେ ଡଙ୍କି କିମ୍ବା ମଗ୍ ଦ୍ୱାରା ବାଲିଟିରେ ଡିଜେଲ ସଂଗ୍ରହ କରି ବୋହିନେଉଥିବା ଦେଖିବାକୁ ମିଳିଛି ।
