ଚୀନର ଚାଞ୍ଚଲ୍ୟକର ରିପୋର୍ଟ: ବଜ୍ରକାପ୍ତାରୁ କରୋନା ଆସିଥିବା ସନ୍ଦେହ

ଉହାନ: ସାରା ବିଶ୍ୱରେ ନଭେଲ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହି ଭୁତାଣୁର ସଂକ୍ରମଣରେ କେବଳ ଚୀନରେ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା। ସେହିପରି ୩୦ହଜାରରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତଙ୍କ ହେଲେଣି। ଭାରତ ସମେତ ପ୍ରାୟ ୨୫ଟି ଦେଶରେ କରୋନା କାୟା ବିସ୍ତାର କରୁଛି। ଏନେଇ ସାରା ବିଶ୍ୱରେ ହାଇଆଲର୍ଟ ଜାରି କରାଯାଇଛି। ତେବେ କରୋନାକୁ ନେଇ ଗବେଷଣା କରାଯାଉଥିବା ବେଳେ ଆଜି ଏକ ନୂଆ ରିପୋର୍ଟ ସାମନାକୁ ଆସିଛି। ବଜ୍ରକାପ୍ତାରୁ କରୋନା ଭାଇରସ୍ ଆସିଥିବା ନେଇ ଚୀନର ଏକ ପ୍ରମୁଖ ରିସର୍ଚ୍ଚ ୟୁନିଭରସିଟି ଗବେଷଣାରୁ ଜଣାପଡିଛି।

ସାଉଥ୍ ଚୀନ୍ ଏଗ୍ରିକଲଚରାଲ ୟୁନିଭର୍ସିଟି ସର୍ଭେ ରିପୋର୍ଟ ଜଣାଯାଇଛି ଯେ ବାଦୁଡି ଠାରୁ ପ୍ରଥମେ ବଜ୍ରକାପ୍ତା ଓ ପରେ ମଣିଷକୁ ସଂକ୍ରମିତ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ବଜ୍ରକାପ୍ତାରୁ ମିଳିଥିବା ଭାଇରସ୍ ସଂକ୍ରମିତ ମଣିଷର ଭାଇରସ୍ ସହ ୯୯ ପ୍ରତିଶତ ମିଶୁଥିବା ଜଣାପଡିଛି।

ପୂର୍ବ ଏସିଆର ଭାରତ ସମେତ ବିଭିନ୍ନ ଦେଶରୁ ବଜ୍ରକାପ୍ତା ଚାଲାଣ କରାଯାଉଛି। ଚୀନର ଉହାନରେ ଜୀଅନ୍ତା ବଣ୍ୟଜନ୍ତୁ ବିକ୍ରି ହୋଇଥାଏ। ସେଥିପାଇଁ ଏହି ସ୍ଥାନ ଅଧିକ ସଂକ୍ରମିତ ହେବାସହ ଅନ୍ୟ ସହରକୁ ବ୍ୟାପିବାରେ ଲାଗିଛି। ଏପରିକି ଓଡିଶା ସମେତ ଭାରତ ଅନେକ ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଛି। ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିବା ମଧ୍ୟ ଜଣାଯାଇଛି।