ମାଲକାନଗିରିରେ ମାଓ ସର୍ଚ୍ଚ ଅପରେସନ, ପୁଲିସକୁ ବଡ଼ ସଫଳତା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ମାଓ ସର୍ଚ୍ଚ ଅପରେସନରେ ପୁଲିସକୁ ବଡ଼ ସଫଳା ମିଳିଛି। ଏ ନେଇ ଡିଜିପି ଏକ ପ୍ରେସମିଟରେ ପ୍ରକାଶ କରିଛନ୍ତି। ଏହି ପ୍ରେସମିଟରେ ଓଡ଼ିଶା ପୁଲିସ ଏକ ମାଓ କ୍ୟାମ୍ପରେ ଚଢ଼ଉ କରି ସେଠାରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରଛି। ଏହା ଆଜି ପର୍ୟ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଅପରେସନ।

ଏହି ଅପରେସନ୍‌ରେ କୋବ୍ରା ବାଟାଲିୟନ ଅଫ୍ ସିଆରପିଏଫ୍ ଓ ବିଏସଏଫ୍ ଜବାନ ମାନେ ମଧ୍ୟ ସାମିଲ ଥିଲେ।

ତଲାସୀ ବେଳେ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ମାଟି ତଳେ ଲୁଚାଇ ରଖିଥିବା ଗୋଟିଏ ଏଲଏମଜି,୩ଟି ଇନସାସ ରାଇଫଲ, ୩ଟି କାରବାଇନ ଷ୍ଟେନଗନ, ଗୋଟିଏ ଏସ୍ଏଲ୍ଆର ରାଇଫଲ, ଗୋଟିଏ ଥ୍ରୀ ନଟ ଥ୍ରୀ, ଗୋଟିଏ ପିସ୍ତଲ, ୨୦୨ ଟି ୫.୫୬ ଏମ୍ଏମ୍ ଗୁଳି, ୫୯ଟି ୭.୬୨ ଏମ୍ଏମ୍ ଗୁଳି, ୪୨ଟି ୯ ଏମ୍ଏମ୍ ଗୁଳି ୪ଟି ଏଲଏମଜି ମେସିନ, ୮ଟି ଇନସାସ ମେଗାଜିନ, ୨ଟି ଭିଏଚ୍ଏଫ ସେଟ ଓ ସ୍କାନର, ଗୋଟିଏ ଟିଫିନ ବୋମା, ୧୦୦ ଗ୍ରାମ ଗନ ପାଉଡର, ୫ବଣ୍ଡଲ କଡେକ୍ସ ତାର ଭଳି ମୋଟ ୨୨ ଟି ସାମଗ୍ରୀ ଜବତ କରାଯାଇଛି।