୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟ : ଫାଇନାଲରେ ଭାରତ

ପୋଚେଫ୍‌ଷ୍ଟ୍ରୁମ୍ : ଭାରତ ଓ ପାକିସ୍ତାନ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ମଙ୍ଗଳବାର ଖେଳାଯାଇଥିବା ୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନ ଟିମକୁ ପରାସ୍ତ କରିଛି । ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୧୭୩ରନର ବିଜୟ ଲକ୍ଷ୍ୟ ଧାଯ୍ୟ କରିଥିଲା। ଯାହାକୁ କୌଣସି ୱିକେଟ ନହରାଇ ଭାରତ ହାସଲ କରିନେଇଛି। ଭାରତ ପକ୍ଷରୁ ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ କରିଥିଲେ। ଓପନର ଯଶସ୍ବୀ ଜୟସ୍ବାଲଙ୍କ ଆକର୍ଷଣୀୟ ଅପରାଜିତ ଶତକ ଓ ଦିବ୍ୟାଂସ ସକ୍ସେନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହା କରିବାରେ ସକ୍ଷମ ହୋଇଛି।

ଫେବୃଆରୀ ୦୬ତାରିଖ ଗୁରୁବାରରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ବିଜେତା ଦଳ ଫେବୃଆରୀ ୦୯ରେ ୧୯ବର୍ଷରୁ କମ (ଅଣ୍ଡର-୧୯) ବିଶ୍ବକପର ଫାଇନାଲ ମ୍ୟାଚରେ ଭାରତକୁ ଭେଟିବ।