ଆଜି ବରଗଡ଼ ବନ୍ଦ : ଗାଡି ଚଳାଚଳ ଠପ

ବରଗଡ,ଏନ୍ଏନ୍ଏସ୍ : ସହରରେ ସିଟି ହସ୍ପିଟାଲ ଦାବିରେ ୪ଦିନ ହେଲା ଚାଲିଥିବା ଆନ୍ଦୋଳନ ସୋମବାର ଭୟଙ୍କର ରୂପ ନେଇଛି। ସୋମବାର ପୁଲିସ୍‌-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବାବେଳେ ଢେଲାମାଡ଼ ମଧ୍ୟ କରାଯାଇଥିଲା । ଏପରିକି, ବିଧାୟକ ଦେବେଶ ଆଚାର୍ୟ୍ୟଙ୍କୁ ଆନ୍ଦୋଳନକାରୀମାନେ ୮ ଘଣ୍ଟା ଘେରିଥିଲେ । ଆଜି ଏକତା ମଂଚ ପକ୍ଷରୁ ବରଗଡ ବନ୍ଦ ଡାକରା ଦିଆଯାଇଛି । ସହରରେ ଥିବା ଦୋକାନ ବଜାର ବନ୍ଦ ରହିଥିବାବେଳେ କାଁ ଭାଁ ଦୁଇ ଚକିଆ ଗାଡି ଚାଲୁଥିବାର ଦେଖିବାକୁ ମିଳିଛି ।

ବରଗଡ ଜିଲ୍ଲା ହସ୍ପିଟାଲକୁ ଟୁକୁର୍ଲ୍ଲା ସ୍ଥାନାନ୍ତର କରିବା ପରେ ସହର ଭିତରେ ଏକ ସିଟି ହସ୍ପିଟାଲ ପାଇଁ ଦାବି କରି ସହରବାସୀ ଆନ୍ଦୋଳନ କରୁଛନ୍ତି । ହେଲେ ଏନେଇ କୌଣସି ନିଷ୍ପତ୍ତି ହୋଇୁପାରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ସହରବାସୀଙ୍କୁ ଚିକିତ୍ସା ଯୋଗାଇ ଦେବା ଦାବି ଆନ୍ଦୋଳନର ରୂପ ନେଇଛି ।