ମହାରାଷ୍ଟ୍ରରେ ଡମ୍ଫର ଓ ଏସୟୁଭି ମୁହାଁମୁହିିଁ ଧକ୍କା, ୧୦ ମୃତ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ଜଳଗାଁ ଜିଲ୍ଲାରେ ସୋମବାର ଏକ ଡମ୍ଫର ଓ ଏସୟୁଭି ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ଜଣାପଡିଛି।

ସୂଚନା ଅନୁଯାୟୀ ବାଲୁ ନାରାୟଣ ଚୌଧୁରୀ ନିଜ ସପରିବାର ସହ ଏସୟୁଭି ଯୋଗେ ଏକ ବିବାହ ସମାରୋହରେ ଯୋଗଦେଇ ଫେରୁଥିଲେ। ଏହି ସମୟରେ ଚୋପଡ଼ା-ଫୈଜପୁର ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ଡମ୍ପର ସହ ଧକ୍କା ହୋଇଥିଲା। ଫଳରେ ଚୌଧୁରୀ, ତାଙ୍କ ସ୍ତ୍ରୀ ଓ ଏସୟୁବିରେ ବସିଥିବା ଅନ୍ୟ ୮ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏଥି ସହ ୭ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।