ଖପ୍ରାଖୋଲ ଅଞ୍ଚଳରେ ସେକ୍ସ ରାକେଟ ଠାବ, ଦଲାଲ ସହ ଗ୍ରାହକ ଓ ଯୁବତୀ ଅଟକ

ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ଅଞ୍ଚଳରେ ଶୁକ୍ରବାର ପୁଲିସ ଏକ ସେକ୍ସ ରାକେଟକୁ ଠାବ କରିଛି। ଏଥିରେ ପୁଲିସ ଜଣେ ଯୁବତୀକୁ ଅଟକ ରଖିଥିବା ବେଳେ ଗ୍ରାହକ ଓ ଦଲାଲକୁ ଧରିବାରେ ସଫଳ ହୋଇଛି। ଖବରରୁ ପ୍ରକାଶ ଯେ ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ ସମୟରେ ପାଟିମାଲ ଗାଁ’ ନିକଟରେ ଥିବା ଧାନ ଖଳାରେ କିଛି ଲୋକ ଥିବା ସନ୍ଦେହ କରି ଚଢ଼ଉ କରିଥିଲା। ସେଠାରୁ କ୍ଷେତରାଜପୁର ସମ୍ବଲପୁର ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବତୀକୁ ଉଦ୍ଧାର କରିଛି।

ଏଥିସହ ବେଳପଡ଼ା ଥାନା ଅନ୍ତର୍ଗତ  ଯୁବା ଗ୍ରାମର ବୁଡୁ ମେହେର ଓ ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଲପଡାର ଦଲାଲ ଉମେଶ ସାହୁକୁ ଥାନାରେ ଅଟକ ରଖାଯାଇଛି। ସେଠାରୁ ପୁଲିସ ସେମାନଙ୍କୁ ଧରି ଥାନାକୁ ଆଣି ତଦନ୍ତ କରିଥିବା ବେଳେ ଆଜି ଉଭୟ ଯୁବତୀ ଓ ଗ୍ରାହକଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି। ପ୍ରକାଶ ଯେ ଅଞ୍ଚଳରେ ଅନେକ ଦିନରୁ ଏଭଳି ସେକ୍ସ ରାକେଟ ଚାଲିଆସୁଥିବା ଅଭିଯୋଗ ହେଉଥିଲା।

 

ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଦଲାଲ ଓ ଗ୍ରାହକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯୁବତୀଙ୍କୁ ବଲାଙ୍ଗିର ସ୍ଥିତ ସୁଧାର ଗୃହକୁ ପଠାଇବ ବୋଲି ପାଟଣାଗଡ ଏସଡିପିଓ ଓ ପ୍ରକାଶ କରିଛନ୍ତି।