ପଦ୍ମ ଧରିଲେ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାନିଆ ନେହୱାଲ

ନୂଆଦିଲ୍ଲୀ,ଏଜେନ୍ସି: ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ସାଇନା ନେହଓ୍ଵାଲ ନିଜ କ୍ୟାରିୟରର ଦ୍ବିତୀୟ ପାଳି ଆରମ୍ଭ କରିବା ସହ ସେ କହିଛନ୍ତି ଯେ ତାଙ୍କ  ପାଇଁ ଆଜି ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି କଠିନ ପରିଶ୍ରମୀ ଲୋକମାନଙ୍କୁ ମୁଁ ସର୍ବଦା ପ୍ରଶଂସା କରେ। ମତେ ଦେଶର ସେବା କରିବା ପାଇଁ ଯୋଗ୍ୟ ମଣିଥିବାରୁ ମୁଁ ବିଜେପି ନିକଟରେ କୃତଜ୍ଞ। ଏଥିସହ ନେହଓ୍ଵାଲଙ୍କ ବଡ଼ ଭଉଣୀ ଚନ୍ଦ୍ରାଂଶୁ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ଦଳର ଜାତୀୟ ସଚିବ ଅରୁଣ ସିଂହ ସାଇନାଙ୍କୁ ବିଜେପିରେ ସାମିଲ କରାଇ  କହିଛନ୍ତି ଦେଶ ପାଇଁ ପୁରସ୍କାର ଆଣିଥିବା ନେହଓ୍ଵାଲଙ୍କ ପାଇଁ ଭାରତ ଗର୍ବିତ।

୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରେ ସେ କାଂସ୍ୟ ପଦକ ଜିତିଥିଲେ। ସେ ହେଉଛନ୍ତି ବ୍ୟାଡ୍‌ମିଣ୍ଟନ୍‌ ଖେଳରେ ଅଲିମ୍ପିକ୍‌ ପଦକ ଜିଣିଥିବା ପ୍ରଥମ ଭାରତୀୟ। କମନ୍‌ୱେଲ୍‌ଥ ଗେମରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପରେ ନେହଓ୍ଵାଲ ଓ ତାଙ୍କ ଭଉଣୀ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଥିଲେ। ୨୯ ବର୍ଷୀୟ ନେହଓ୍ଵାଲ ଏ ପର୍ଯ୍ୟନ୍ତ ୧୪ଟି ପ୍ରମୁଖ ଟାଇଟଲ୍‌ ହାସଲ କରିଛନ୍ତି। ସାଥୀ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପରୁପଲ୍ଲୀ କଶ୍ୟପଙ୍କୁ ସେ ହାଇଦ୍ରାବାଦରେ ୨୦୧୮ରେ ବିବାହ କରିଛନ୍ତି।