ପୃଥକ ଦୁର୍ଘଟଣା : ୨ ମୃତ, ୧ ଗୁରୁତର

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲାରେ ମଙ୍ଗଳବାର ଦୁଇ ପୃଥକ ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବିଟିଏମ ଥାନା ଅନ୍ତର୍ଗତ ଏଚ କଂଟାପାଲି ନିକଟରେ ବୋଲେରୋ ଧକ୍କାରେ ଦିଲିପ ପାଣ୍ଡେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ କୋଲାବିରା ଥାନା ଅନ୍ତର୍ଗତ ପରମାଣ ପୁର ନିକଟରେ ଏକ ଟ୍ରକ ଗଛରେ ପିଟି ହେବାରୁ ଡ୍ରାଇଭର ଜଣକ ପ୍ରାଣ ହରାଇଥିବାବେଳେ ହେଲପର ଗୁରୁତର ଅଛନ୍ତି। ଉଭୟ ଥାନାର ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ସମ୍ବାଦ ପେପର ପେକେଟ ବିତରଣ କରିବା ପାଇଁ ଦିଲ୍ଲିପ କଁଟାପାଲି ଯାଇଥିଲେ। ସେ ରାସ୍ତା ପାରି ହେଉଥିବା ସମୟରେ ଝାରସୁଗୁଡାରୁ ଗାନ୍ଧିଛକ ପଟେ ଯାଉଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ବିଟିଏମ ପୁଲିସ ଘଟଣାସ୍ଥଳକୁ ପହଞ୍ôଚ ଶବ ଜବତ କରିବା ସହ ବୋଲେରୋର ବିଷୟରେ ଗାନ୍ଧିଛକ ଟୋଲଗେଟରୁ ତଥ୍ୟ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି। ମୃତ ଦିଲୀପ ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଦେବେଇପାଲି ଗ୍ରାମର ବୋଲି ଜଣାପଡିଛି। ଅନ୍ୟପଟେ ପରମାନପୁର ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେଥିବା ଏକ ଗଛରେ ପିଟି ହୋଇଛି।

ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ହେଲଫର ଗୁରୁତର ଅଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳି ନଥିବାବେଳେ ଗାଡି ମାଲିକକୁ ଦୁର୍ଘଟଣା ବିଷୟରେ ଖବର ଦିଆଯାଇଛି ଏବଂ ଗୁରୁତର ହେଲଫରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ବୋଲି କୋଲାବିରା ଥାନା ଅଧିକାରୀ ସୂଚନା ଦେଇଛନ୍ତି।