ବାଲେଶ୍ଵର,ଏନ୍ଏନ୍ଏସ୍ : ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବରପଦା ଅଞ୍ଚଳରେ ସୋମବାର ରାତିରେ ଚୋରି କରିବା ବେଳେ ୨ ଯୁବକ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଛି।
ସୂଚନା ଅନୁଯାୟୀ, , ୪ ଜଣ ଯୁବକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ବରପଦା ଅଞ୍ଚଳକୁ ଯାଇଥିଲେ । ଗାଁରେ ଜଳୁଥିବା ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରି ସେମାନେ ତାରିଣୀ ମନ୍ଦିର, କ୍ଲବ ଘର ଏବଂ କିଛି ଲୋକଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରିଥିଲେ । ଗାଁ ଲୋକେ ଜାଣିପାରି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ୨ ଜଣ ଫେରାର ହୋଇଯାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ଗ୍ରାମବାସୀ ଧରି ପୁଲିସରେ ଜିମା ଦେଇଥିଲେ । ପୁଲିସ ଏକ ବାଇକ୍ ମଧ୍ୟ ଘଟଣାସ୍ଥଳରୁ ଜବତ କରିଛି । ଅଭିଯୁକ୍ତଙ୍କ ଘର ଭଦ୍ରକ ଜିଲାରେ ବୋଲି ଜଣାପଡ଼ିଛି।