ବିଧାୟକଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ଆଜି ଅଚାନକ ଜିଲ୍ଲା ସଦର ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ତାଙ୍କ ଗସ୍ତ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅଜୟ କୁମାର ବୈଠାରୁ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ମାଡ଼ି ପରେ ଚିକିତ୍ସାଳୟର ବିଭିନ୍ନ କକ୍ଷ, ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସହ ବିଭିନ୍ନ ପରୀକ୍ଷା ଓ ଔଷଧ ମାଗଣାରେ ମିଳୁଛି କି ନାହିଁ, କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ପଚାରି ବୁଝିଥିଲେ।

ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି ଚିକିତ୍ସାଳୟରେ ଖାଲିପଡ଼ିଥିବା ଡାକ୍ତର ପଦବୀ ସମ୍ପର୍କରେ ଅବଗତ ହୋଇଥିଲେ। ସେହିପରି ଚିିକିତ୍ସାଳୟର ସ୍ୱଚ୍ଛତା, ଆହାର କେନ୍ଦ୍ରର ପରିଚାଳନା ଦେଖି ସନ୍ତୋଷ ପ୍ରକାଶ କରିବା ସହ ପୂର୍ବ ଅପେକ୍ଷା ଅଧିକ ସରଞ୍ଜାମ ଥିବା ଜାଣିବାକୁ ପାଇଥିଲେ। ତେବେ ବର୍ତ୍ତମାନ ସିଟି ସ୍କାନ, ଏମ.ଆର.ଆଇ ସ୍କାନ ମେସିନର ଆବଶ୍ୟକତା ଥିବାରୁ ସରକାରଙ୍କୁ ଏ ବିଷୟରେ ଅବଗତ କରାଇବାକୁ ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ମେଡିକାଲ ପରିସରରେ ଆୟୋଜିତ ଜାତୀୟ କନ୍ୟା ସନ୍ତାନ ସୁରକ୍ଷା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ତାତ୍ପର୍ଯ୍ୟ ଉପରେ ଆଲୋକପତା କରିଥିଲେ। ବିଧାୟକଙ୍କ ପରିଦର୍ଶନ ବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ. ଅନୀଲ କୁମାର ମିଶ୍ର ତାଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ।