Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ପରୀକ୍ଷା ପେ ଚର୍ଚ୍ଚା- ୨୦୨୦’: ପରୀକ୍ଷାର୍ଥୀଙ୍କୁ ଚାପ ମୁକ୍ତ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଉପଦେଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ପରୀକ୍ଷା ପେ ଚର୍ଚ୍ଚା- ୨୦୨୦’: ପରୀକ୍ଷାର୍ଥୀଙ୍କୁ ଚାପ ମୁକ୍ତ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଉପଦେଶ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଦିଲ୍ଲୀରତାଲକୋଟରା ଷ୍ଟାଡ଼ିୟମରେ ସୋମବାର ସକାଳ ୧୧ଟା ସମୟରୁ ଆରମ୍ଭ ହୋଇ ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେଦେଶର ବିଭିନ୍ନ ଭାଗରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଭାଗ ନେଇଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ସହ ୬୦ଜଣ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ଉତ୍ତର ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ମୋତେ ନିୟମିତ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଭାଗ ନେବାକୁ ପଡ଼େ, କିନ୍ତୁ ‘ପରୀକ୍ଷା ପେ ଚର୍ଚ୍ଚା’ ମୋର ଅତି  ପ୍ରିୟ କାର୍ଯ୍ୟକ୍ରମ। ମେଧାବୀ ଓ ସୃଜନଶୀଳ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ମୋତେ ଆନନ୍ଦ ଲାଗେ ବୋଲି କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମରେ ଉତ୍ସାହିତ କରିବା ପାଇଁ ‘ହାସ୍ ଟ୍ୟାଗ୍‌ ଉଇଥଆଉଟ ଫିଲଟର’ କହି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ବୋର୍ଡ ପରୀକ୍ଷା ପାଇଁ ବିବ୍ରତ ଓ ଛାନିଆ ନ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେବା ସହ ବିଫଳତା ଏବଂ ନିରାଶା ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେବିଫଳତାରୁ ବି ଆମେ ସଫଳତାର ଶିକ୍ଷା ପାଇପାରିବା। ଯଦି ଆପଣ ବିଫଳ ହେଉଛନ୍ତି ତେବେ ଆଗକୁ ବଢନ୍ତୁ ନଚେତ୍ ସେଇଠିଅଟକିଯିବେ। ପ୍ରଧାନମନ୍ତ୍ରୀ କ୍ରିକେଟରମାନଙ୍କର ମଧ୍ୟ ଉଦାହରଣ ଦେଇଛନ୍ତି। ସେ କ୍ରିକେଟର ଅନିଲ କୁମ୍ବଲେଙ୍କ ଉଦାହରଣ ଦେଇ କହିଛନ୍ତି, କୋଲକାତାରେ ଅନୁଷ୍ଠିତ ଭାରତ ବନାମ୍‌ ଅଷ୍ଟ୍ରେଲିଆ କ୍ରିକେଟ୍‌ ମ୍ୟାଚରେ ସମୟରେ ଅନିଲ କୁମ୍ବଲେ ଆହତ ହୋଇ ମଧ୍ୟ ଖେଳିଥିଲେ ଏବଂ ଜିଣିଥିଲେ। କିଭଳି ଭାବେ ଅସୁବିଧାର ମୁକାବିଲା କରାଯାଇ ପାରିବ ତାହା ଆମ ଉପରେ ନିର୍ଭର କରେ। ସେହିପରି ଚନ୍ଦ୍ରଯାନ- ୨ର ଉଦାହରଣ ମଧ୍ୟ ଦେଇଥିଲେ।

କିଛି ଶିକ୍ଷା କରିବା କିମ୍ବା କିଛି କରିବାକୁ ସାମଗ୍ରିକ ଶିକ୍ଷା ଆମକୁ ସୁଯୋଗ ଦିଏ। ଯଦି ଆମେ ଅନ୍ୟ କୌଣସି ବାହ୍ୟ-ପାଠ୍ୟକ୍ରମ କାର୍ଯ୍ୟକଳାପ କରିବା ନାହିଁ, ତେବେ ରୋବୋଟ ପାଲଟି ଯିବା। ଆମକୁ ସମୟ କାଢ଼ି ବାହ୍ୟ-ପାଠ୍ୟକ୍ରମ କାର୍ଯ୍ୟକଳାପ କରିବାକୁ ପଡ଼ିବ। ଦୁନିଆ ବହୁତ ବଦଳି ଗଲାଣି, ସମ୍ଭାବନା ମଧ୍ୟ ବଢି ଗଲାଣି। କେବଳ ପରୀକ୍ଷାରେ ପାଉଥିବା ନମ୍ବର ଜୀବନ ନୁହେଁ। ପରୀକ୍ଷାରେ ରଖିଥିବା ନମ୍ବର ଗୁରୁତ୍ଵପୂର୍ଣ୍ଣ ହୋଇପାରେ ମାତ୍ର ଏହା ସବୁକିଛି ନୁହେଁ। ପରୀକ୍ଷାରେ ନମ୍ବର କମିଗଲେ ପୃଥିବୀ ଓଲଟି ଗଲା ବୋଲି ବାପା-ମାଆମାନେ ଭାବୁଛନ୍ତି। ଅନେକ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। ପରୀକ୍ଷା ହିଁ ଜୀବନ ଭାବନାରୁ ଆମକୁ ଆସିବାକୁ ପଡ଼ିବ। ସମସ୍ତଙ୍କୁ ଜୀବନରେ କିଛି ନା କିଛି ବିଶେଷ ତଥା ଅଧିକ କାର୍ଯ୍ୟ କରିବା ଉଚିତ୍। 

ଗତ ଶତାବ୍ଦୀର ଶେଷ ଓ ଏ ଶତାବ୍ଦୀର ପ୍ରାରମ୍ଭିକ ବର୍ଷମାନଙ୍କରେ ଜୀବନ ପ୍ରଯୁକ୍ତିବିଦ୍ୟା- ଚାଳିତ ହୋଇଗଲାଣି। ଆମେ କାହିଁକି ପ୍ରଯୁକ୍ତିବିଦ୍ୟା ଚାଳିତ ହେବା। ଆମେ ପ୍ରଯୁକ୍ତିବିଦ୍ୟାକୁ କାମରେ ଲଗାଇବା କଥା ଚିନ୍ତା କରିବା ଉଚିତ। ପ୍ରଯୁକ୍ତିବିଦ୍ୟା ଆମର ସମୟ  ଲୁଟ୍‌ କରିବାକୁ ସମର୍ଥନ ନ ହେବା ଉଚିତ, ବରଂ ଆମେ ପ୍ରଯୁକ୍ତିବିଦ୍ୟାକୁ ଅକ୍ତିଆର କରି ରଖିବା ଉଚିତ। ଦୈନିକ ଘଣ୍ଟାଏ ଦୁଇଘଣ୍ଟା  ପ୍ରଯୁକ୍ତିବିଦ୍ୟା କବଳରୁ ମୁକ୍ତ ରହି ପରିବାରର ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି।

ସେ ପୁଣି କହିଲେ, ଭାରତ ସ୍ୱାଧୀନତା ଶତବାର୍ଷିକୀ ପାଳନ କରିବା ବେଳକୁ ଆଜିର ଛାତ୍ରଛାତ୍ରୀମାନେ ନେତୃସ୍ଥାନୀୟ ହୋଇ ସାରିଥିବେ। ଅଭିଭାବକମାନଙ୍କୁ ସେ କହିଲେ, ଯଦି ଗୋଟାଏ ସ୍ପ୍ରିଙ୍ଗ୍‌କୁ ନିର୍ଦ୍ଦିଷ୍ଟ ସ୍ତର ଯାଏଁ ଟଣାଯାଏ ତାହା କାର୍ଯ୍ୟକ୍ଷମ ହେବ, କିନ୍ତୁ ତା’ଠାରୁ ଅଧିକ ଟାଣିଲେ ତାହା ତାର ହୋଇ ଅକାମୀ ହୋଇଯିବ। ସାରା ଜୀବନ ଉନ୍ନତି କରି ଚାଲିବାକୁ ପିଲାମାନଙ୍କୁ ସହାୟତା କରନ୍ତୁ, କିନ୍ତୁ ଚାପ ପକାନ୍ତୁ ନାହିଁ। ଭଲ ଲାଗୁଥିବା ବେଳେ ପଢ଼ାପଢ଼ି କର ବୋଲି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ କହିଛନ୍ତି। ମୋର ବିଶ୍ୱାସ ଅଧ୍ୟୟନ ପାଇଁ ସକାଳ ଅତ୍ୟନ୍ତ ଭଲ ସମୟ। ସକାଳେ ମନ ଶାନ୍ତ ଥିବାରୁ, ପଢ଼ିବା ନିମନ୍ତେ ପ୍ରକୃଷ୍ଟ ସମୟ ବୋଲି କୁହାଯାଏ। କିନ୍ତୁ ମୋ ମତରେ, ତୁମକୁ ଯେତେବେଳେ ଭଲ ଲାଗୁଛି, ସେତେବେଳେ ପଢ଼