ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କୀ ନିହତ

କାଶ୍ମୀର,ଏଜେନ୍ସି: ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲ୍ଲା ଅନ୍ତର୍ଗତ ଓ୍ଵାଚି ଗ୍ରାମରେ ସୋମବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସେଠାରେ ଗୁଳିବିନିମୟ ଶେଷ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି। ମିଳିଥିବା ଖବର ମୁତାବକ, ଆଜି ସକାଳୁ ଭାରତୀୟ ସେନା ଓ ଜାମ୍ମୁ- କାଶ୍ମୀର ପୁଲିସର ସ୍ପେଶାଲ ଟିମ୍‍  ୱାଚିରେ ଆତଙ୍କବାଦୀ ଥିବା ନେଇ ଖବର ପାଇଥିଲେ। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାବଳଙ୍କ ଉପରେ ଗୁଳି ଚାଳନା କରିଥିଲେ। ଏହାପରେ ସେନାର ପ୍ରତିଜବାବରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।