really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏହାପରେ ବିକାଶ ଦିଗକୁ ଆଗେଇଲା ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳ । ଗୁରୁପ୍ରିୟା ସେତୁ ଉଦଘାଟନର ପ୍ରାୟ ଦେଢ ବର୍ଷ ପରେ ବିଚ୍ଛିନ୍ନାଞ୍ଚଳର ପାହାଡ ଡେଇଁ ସ୍ଵାଭିମାନ ଅଞ୍ଚଳରେ ପହଞ୍ଚିଲା ବିକାଶ । ମାଓବାଦୀଙ୍କ ଗଡ କୁହାଯାଉଥିବା ଜିଲ୍ଲାର ହନ୍ତାଳଗୁଡା ଠାରେ ମାଲକାନଗିରି ଏସ୍ପିଙ୍କ ନେତୃତରେ ପ୍ରଥମେ ଉଡିଲା ତ୍ରିରଙ୍ଗା । ଆଉ ଲାଲ୍ ବାହିନୀର ପାହାଡରେ କମ୍ପି ଉଠିଲା ଭାରତ ମାତାର ଜୟ ଧ୍ବନୀ। ଏହାପରେ ଧୀରେ ଧୀରେ ବିକାଶ ମୁହାଁ ହେଲା ବିଚ୍ଛିନ୍ନାଞ୍ଚଳ ।
ସ୍ଵାଭିମାନ ଅଞ୍ଚଳର ୫ଟି ପଞ୍ଚାୟତକୁ ସିଧାସଳଖ ଯୋଡିବା ପାଇଁ ବାଟ ଫିଟାଇଲା ଜିଲ୍ଲା ପ୍ରଶାସନ । ଦିନ ରାତି ଏକ କରି ଗୁରୁପ୍ରିୟା ସେତୁକୁ ସୁରକ୍ଷା ଯୋଗାଉଥିବା ବି.ଏସ.ଏଫ ବାହିନୀ, ଜିଲ୍ଲା ପୋଲିସ ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ହନ୍ତାଳଗୁଡା ଠାରୁ ଜୋଡାମ୍ବ ପର୍ୟ୍ୟନ୍ତ ନିର୍ମାଣ ହେଲା ୧୪ କିଲୋମିଟର ରାସ୍ତା । ପୂର୍ବରୁ ରାସ୍ତା କାମ ନିର୍ମାଣ ସମୟରେ ମାଓବାଦୀ ମାନେ ଗାଡି ପୋଡି ଦେଉଥିବାର ଭୟ ଥିବା ବେଳେ ସ୍ଵାଭିମାନ ଅଞ୍ଚଳରେ ଯେମିତି କିଛି ଅଘଟଣ ନ ଘଟେ ସେନେଇ ଦିନରାତି ଏକ କରି କଡାପହରା ଦେଇ ରାସ୍ତା କାମକୁ ସୁରକ୍ଷା ଦେଲେ ଯବାନମାନେ।
ବର୍ଷ ବର୍ଷ ଧରି ଜଳପଥରେ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ଦୁର୍ଗମ ଅଞ୍ଚଳରେ ପାହାଡ କାଟି ପ୍ରଶାସନ ରାସ୍ତା ନିର୍ମାଣ କରୁଥିବା ଦେଖି ଆଦିବାସୀଙ୍କ ମୁହଁରେ ଖୁସୀର ଝରଣା ଝରିଥିଲା । ପୂର୍ବରୁ ସ୍ବାସ୍ଥ୍ୟ, ଶିକ୍ଷା ଗମନା ଗମନ ଭଳି ମୌଳିକ ସେବାରୁ ବଞ୍ଚିତ ଥିବା ହଜାର ହଜାର ଆଦିବାସୀଙ୍କ ପାଇଁ ସଡକ ନିର୍ମାଣ ହେବା ପରେ ସେମାନଙ୍କ ମଧ୍ୟରେ ନୂଆ ଆଶା ଝଲସିଥିବା ଲୋକେ କହିଛନ୍ତି । ବିଚ୍ଛିନ୍ନାଞ୍ଚଳର ୮ଟି ପଞ୍ଚାୟତ ମଧ୍ୟରୁ ୫ଟି ପଞ୍ଚାୟତ ଏବେ ମୁଖ୍ୟ ଶ୍ରୋତରେ ସାମିଲ ହୋଇ ସାରିଥିବା ବେଳେ ବଳକା ୩ଟି ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ଉପରେ ବିଶ୍ବାସ ରଖିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ ।