ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଶେରଗଡ଼- ଖଣ୍ଡାପଡ଼ାରାସ୍ତାରେ ଶନିବାର ଭୋରରେ ଏକ ପଶ୍ଚିମବଙ୍ଗଳାର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକକୁ ବସଟି ପଛପଟୁ ଧକ୍କା ଦେଇଥିବାବେଳେ ଏଥିରେ ଥିବା ୩୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
