ସରିଲା ଡେଡଲାଇନ୍: ଆରମ୍ଭ ହେଲା ବିଦ୍ୟୁତ କାଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବକେୟା ବିଦ୍ୟୁତ ବିଲ ପୈଠ ନେଇ ଜାନୁଆରୀ ୧୫ ସୁଦ୍ଧା ଥିବା ଡେଡଲାଇନ୍ ସରିଛି। ଆଉ ଆଜିଠାରୁ ଆରମ୍ଭ ହୋଇଛି ସେସୁ ବିଦ୍ୟୁତ କାଟ୍ ଅଭିଯାନ। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସମେତ ଭୁବନେଶ୍ୱରରେ ଥିବା ବିଭିନ୍ନ କର୍ମସିଆଲ ତଥା ବାଣିଜ୍ୟିକ ସଂସ୍ଥାମାନଙ୍କର ବିଦ୍ୟୁତ କାଟ ଆରମ୍ଭ ହୋଇଛି।

ବକେୟା ଥିବା ବିଦ୍ୟୁତ ଗ୍ରାହକମାନଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ ଗଠନ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି। ଖୋରଧା ସବଡିଭିଜନ ରେ ୯ଟି ସ୍କ୍ୱାଡ୍ ସାମିଲ ହୋଇଛନ୍ତି। ୫୧୦୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଅଧିକ ଟଙ୍କା ବିଦ୍ୟୁତ ବିଲ ବାକି ରହିଛି। ବର୍ତ୍ତମାନ ଏହି ଚଢ଼ାଉ ଫଳରେ ବାକି ଥିବା ଵିଲ ସଂଗ୍ରହ ଆରମ୍ଭ ହୋଇଛି। ଦାଖଲ କରୁଥିବା ଗ୍ରାହକଙ୍କ ପୁନ ସଂଯୋଗ କରାଯାଉଛି।

ପ୍ରକାଶଥାଉକି, ୩ଟି ପର୍ଯ୍ୟାୟରେ ବିଦ୍ୟୁତ କାଟ କରାଯିବା ନେଇ ସେସୁ କହିଥିଲା। ପ୍ରଥମ ପର୍ଯ୍ୟାୟରେ କମର୍ସିଆଲ, ୨ୟରେ ବିତ୍ତଶାଳୀ ଓ ୩ୟ ପର୍ଯ୍ୟାୟରେ ସାଧାରଣ ଉପଭୋକ୍ତାଙ୍କ ବିଦୁତ କାଟ କରାଯିବ।