୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ଆସନ୍ତା ୨୨ରେ ଫାଶୀ ଦିଆଯିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟତମ ଦୋଷୀ ମୁକେଶ ସିଂହ ଫାଶୀଦଣ୍ଡରୁ ବର୍ତ୍ତିବା ପାଇଁ ଶେଷ ଉପାୟ ରାଜକ୍ଷମା ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଆବେଦନ କରିଥିଲେ। ଏହି ଆବେଦନ ଦିଲ୍ଲୀର ଉପରାଜ୍ୟପାଳଙ୍କ ନିକଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ମୁକେଶ ମୃତ୍ୟୁ ପରୱାନା (ଡେଥ୍ ୱାରେଣ୍ଟ୍) ରଦ୍ଦ କରାଯିବାକୁ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି।

ବିଚାରପତି ଜଷ୍ଟିସ୍ ମନମୋହନ ଓ ଜଷ୍ଟିସ୍ ସଙ୍ଗୀତା ଧିଙ୍ଗରା ସେହଗଲଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁକେଶଙ୍କ ଓକିଲଙ୍କୁ ନିମ୍ନ ଅଦାଲତକୁ ଯିବାକୁ କହିଛନ୍ତି। ରାଜକ୍ଷମା ପାଇଁ ଆବେଦନ କରାଯାଇଥିବାରୁ ଏହା ନିମ୍ନ ଅଦାଲତକୁ ଅବଗତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ଫୈସଲା ନହେବା ପର୍ଯ୍ୟନ୍ତ ଫାଶୀଦଣ୍ଡ କାର୍ଯ୍ୟକାରୀ ହୋଇପାରିବ ନାହିଁ।

ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ନିମ୍ନ ଅଦାଲତ ମୃତ୍ୟୁ ପରୱାନା ଜାରି କରି କୌଣସି ଭୁଲ୍ କରିନାହାନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ ମେହେର କହିଛନ୍ତି, ରାଷ୍ଟ୍ରପତି କ୍ଷମା ଆବେଦନ ଖାରଜ କରିବା ପରେ ହିଁ ମୃତ୍ୟୁ ପରୱାନା କାର୍ଯ୍ୟକାରୀ ହୋଇପାରିବ। ଯେପର୍ଯ୍ୟନ୍ତ ରାଜକ୍ଷମା ଆବେଦନ ଖାରଜ ହୋଇନାହିଁ ସେଦୃଷ୍ଟିରୁ ୨୨ ତାରିଖରେ ଫାଶୀଦଣ୍ଡ କିଭଳି କାର୍ଯ୍ୟକାରୀ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

ରାଷ୍ଟ୍ରପତି କ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବା ପରେ ଦୋଷୀଙ୍କୁ ୧୪ ଦିନ ସମୟ ଦେବାକୁ ହେବ ବୋଲି ଆବେଦନକାରୀ ପକ୍ଷରୁ ଓକିଲ ଦର୍ଶାଇଛନ୍ତି। ସେ କହିଥିଲେ ଯେ, ଏବେ ରାଜକ୍ଷମା ଆବେଦନ ବିଚାରାଧୀନ ଥିବାରୁ ମୃତ୍ୟୁ ପରୱାନା ରଦ୍ଦ କରାଯାଉ।

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀ ମୁକେଶ କୁମାର, ପବନ ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ କୁମାର ସିଂହ ଏବେ ତିହାର ଜେଲ୍ରେ ଅଛନ୍ତି। ସେମାନଙ୍କୁ ଆସନ୍ତା ୨୨ ସକାଳ ୭ରେ ଫାଶୀଦଣ୍ଡ ଦିଆଯିବା ପାଇଁ ଗତ ୭ ତାରିଖରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମୃତ୍ୟୁ ପରୱାନା (ଡେଥ୍ ୱାରେଣ୍ଟ୍) ଜାରି କରିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ଓ ରାଷ୍ଟ୍ରପତିଙ୍କ ରାଜକ୍ଷମା ଫୈସଲା ଉପରେ ୪ ଦୋଷୀଙ୍କ ଫାଶୀଦଣ୍ଡ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ ହେବା ନିର୍ଭର