Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଝରଣା ପାଣିକୁ ଭରସା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଝରଣା ପାଣିକୁ ଭରସା

ସୁବୋଧ କୁମାର ଚେଟ୍ଟୀ,କୋରାପୁଟ

ସରକାରୀ ବାବୁମାନଙ୍କ ଇଚ୍ଛାଶକ୍ତିର ଅଭାବ ହେତୁ ଆର୍ଥିକ ବ୍ୟବସ୍ଥା ଥିବା ସତ୍ତେ୍ୱ ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇ ରହିଯାଇଛି। ଏମିତି ଏକ ଗାଁ ହେଉଛି ନାରାୟଣପାଟଣା ବ୍ଲକ୍‌ ପୋଡ଼ାପଦର ପଞ୍ଚାୟତର ସୁଡ଼େଶୁ। ଦିନେ ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ସୁଡ଼େଶୁ ମାଓବାଦୀଙ୍କ ପାର୍ଦୁଭାବରୁ ଆଜି ମୁକୁଳିଥିଲେ ମଧ୍ୟ ଗାଁର ବିକାଶ କିନ୍ତୁ ଯେଉଁଠି ଥିଲା ସେଇଠି ଅଟକି ଯାଇଛି। ଏମିତି କି ସ୍କୁଲଘର ନଥିବାରୁ ପିଲାଏ ଏବେ ବି ଏଠାରେ ଗଛମୂଳେ ପାଠ ପଢ଼ୁଛନ୍ତି।

ସୁଡ଼େଶୁରେ ମୋଟ ୪୦ ଆଦିବାସୀ ପରିବାର ବସବାସ କରୁଛନ୍ତି। ଗାଁର ଜନସଂଖ୍ୟା ଦୁଇଶହରୁ ଊର୍ଦ୍ଧ୍ୱ। ଗାଁର ସମସ୍ୟା କିନ୍ତୁ ଅସରନ୍ତି। ଆଜିଯାଏଁ ସୁଡ଼େଶୁକୁ ଭଲ ରାସ୍ତାଟିଏ ହୋଇପାରିନାହିଁ। ନାରାୟଣପାଟଣା ସଦରଠାରୁ ପୋଡ଼ାପଦର ୫ କିଲୋମିଟର। ପୋଡ଼ାପଦର ପଞ୍ଚାୟତ ଠାରୁ ପାଖାପାଖି ୯ କିଲୋମିଟର ପାଦଚଲା ରାସ୍ତାରେ ଗଲେ ପଡ଼େ ସୁଡ଼େଶୁ। ପୋଡ଼ାପଦର ଠାରୁ ଏକ  କିଲୋମିଟର ଦୂରରେ ଥିବା କନ୍ଦ ପୋଡ଼ାପଦର ଯିବା ପରେ ପାହାଡ଼ିଆ ରାସ୍ତା। ୭ଟି ପାହାଡ଼ ଅତିକ୍ରମ କଲାପରେ ପଡ଼େସୁଡ଼େଶୁ। ଯଦି କୌଣସି ଲୋକ ରୋଗରେ ପଡ଼ନ୍ତି କିମ୍ବା ପ୍ରସବ ନିମନ୍ତେ ଗର୍ଭବତୀଙ୍କୁ ଖଟିଆରେ ବୋହି ପୋଡ଼ାପଦରପହଞ୍ଚାଇବା ପରେ ଆମ୍ବୁଲାନ୍ସ ଯୋଗେ ନାରାୟଣପାଟଣା ହସ୍ପିଟାଲକୁ ନିଆଯାଇଥାଏ।

ଏପରି ଦୁଃଖଦ ଜୀବନ ବିତାଉଛନ୍ତିସୁଡ଼େଶୁ ଗ୍ରାମବାସୀ। ଡାକ୍ତରୀ ଦଳ ମାସକୁ ଥରେ ୨ଥର ଆସି ସ୍ୱାସ୍ଥ୍ୟ ପରୀକ୍ଷା କରି କିଛି ଔଷଧ ଦେଇ ଚାଲିଯାଆନ୍ତି। ଗାଁରେ ଅଙ୍ଗନବାଡ଼ି ଘର ନଥିବା ହେତୁ ଅଙ୍ଗନବାଡ଼ି ଦିଦି ମାସ ମାସ ଧରି ଆସୁ ନଥିବାବେଳେ ସାପ୍ତାହିକ ହାଟକୁ ଯାଇଥିବା ଲୋକଙ୍କ ହାତରେ ଖାଦ୍ୟ ସାମଗ୍ରୀ କିମ୍ବା ଛତୁ ପଠାଇ ଦେଇଥାନ୍ତି। ଗାଁରେ ଥିବା ଅଙ୍ଗନବାଡ଼ି ସହାୟିକା ହିଁ ଲୋକଙ୍କ ନିମନ୍ତେ ସବୁକିଛି। ଶିକ୍ଷା ବ୍ୟବସ୍ଥା କହିଲେ ନସରେ। ଦୀର୍ଘବର୍ଷ ଧରି କାଗଜକଲମରେ ସ୍କୁଲ୍ ଚାଲୁଥିଲା। କେବେ ବି ଶିକ୍ଷକ ଆସୁନଥିବାର ଗ୍ରାମବାସୀ  କୁହନ୍ତି। ତେବେ ଗତ ୪ ବର୍ଷ ତଳେ ଜଣେ ଶିକ୍ଷକ ନିଯୁକ୍ତି ପାଇବା ପରେ ସେ ନିୟମିତ ଭାବେ ଆସି ଏକ ତେନ୍ତୁଳି ମୂଳେ ପିଲାମାନଙ୍କୁ ଶିକ୍ଷାଦାନ କରିଆସୁଛନ୍ତି।
ରାସ୍ତାଟିଏ ପାଇଁ ଗ୍ରାମବାସୀ କେତେଥର ସରପଞ୍ଚ ଓ ବିଡିଓଙ୍କ ନିକଟରେ ନେହୁରା ହୋଇଛନ୍ତି, ହେଲେ କୌଣସି ସୁଫଳ ମିଳିନି। ଗ୍ରାମରେ ନଳକୂପଟିଏ ସରକାରଙ୍କ ତରଫରୁ ବସିନି। ଗ୍ରାମର ତଳମୁଣ୍ଡରେବୋହିଯାଉଥିବା ଝରଣା ପାଣିରେ ୪୦ ପରିବାରର ଶୋଷ ମେଣ୍ଟୁଛି। ସୌଭାଗ୍ୟ ଯୋଜନାରେ ଗାଁରେ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି, ହେଲେ ପରିଚାଳନାଗତ ତ୍ରୁଟି ଯୋଗୁଁ ମାସର ୨୦ ଦିନ ଗ୍ରାମବାସୀ ଅନ୍ଧାରରେ ରୁହନ୍ତି। ୪୦ ପରିବାର ସମସ୍ତଙ୍କର ଜବକାର୍ଡ ଥିଲେ ସୁଦ୍ଧା ଠିକ୍‌ଭାବେ କାମ ମିଳୁନି। ଗତବର୍ଷ ଏକଲକ୍ଷ ଟଙ୍କାର ମନରେଗା ଯୋଜନାରେ ଖେଳପଡ଼ିଆ କରାଯାଇଥିଲା ହେଲେ ଆଜିଯାଏଁ ଶ୍ରମିକଙ୍କୁ ପାରିଶ୍ରମିକ ମିଳିନଥିବା ଜଣାପଡିଛି।

ସେହିପରି ଆବାସ ଯୋଜନାରେ କେହି ଘରଟିଏ ପାଇନାହାନ୍ତି। ନାରାୟଣପାଟଣା ହାଟରେ ମାଣ୍ଡିଆସୁଆଁଝାଡୁ, କମଳା, କାନ୍ଦୁଲ, ମକା ଓ ଜଙ୍ଗଲଜାତ ଦ୍ରବ୍ୟ ଆଣି ବିକ୍ରି କରି ଯାହା ପଇସା ମିଳେ ଘର ଖର୍ଚ୍ଚ ତୁଲାଇଥାଆନ୍ତି। ୪ ବର୍ଷ ପୂର୍ବେ ନାରାୟଣପାଟଣା ତହସିଲଦାର, ପୋଡ଼ାପଦର ଆର୍‍ଆଇ ସୁଡ଼େଶୁ ଗ୍ରାମକୁ ପରିଦର୍ଶନରେ ଯାଇ ଜଙ୍ଗଲ ଜମି ପଟ୍ଟା ଦେଇଥିଲେ। ହେଲେ ଜମି ଚିହ୍ନଟ କରାଯାଇନଥିବା କାରଣରୁ ସେମାନେ କାହାର ଜମି କୋଉଠି ଆଜିଯାଏଁ ଜାଣିପାରୁନାହାନ୍ତି।