କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଡିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣାରେ ଶୁକ୍ରବାର କୋରାପୁଟ ପୁଲିସ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଗିରଫ କରିଛି। ଡିସେମ୍ବର ୯ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ  ଆତ୍ମହତ୍ୟା କରିଥିଲେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା। ଘଟଣାସ୍ଥଳରୁ ଶିକ୍ଷକଙ୍କ ହାତଲେଖା ସୁଇସାଇଡ୍‌  ନୋଟ ଜବତ କରିଥିଲା ପୁଲିସ।

ସୁଇସାଇଡ୍‌ ନୋଟ୍‌ରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କ ସମେତ ୭ ଜଣଙ୍କ ନାମ ଲେଖାଥିଲା। ଉକ୍ତ ନୋଟ୍‌ରେ ସେମାନେ ତାଙ୍କୁ  ମାନସିକ ନିର୍ଯାତନା ଦେଉଥିବା ମୃତ ଶିକ୍ଷକ ଚିତ୍ତରଞ୍ଜନ ଲେଖିଥିଲେ। ସେହିସୁଇସାଇଡ୍‌ ନୋଟକୁ ଆଧାରକରି ପୁଲିସ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡାଙ୍କୁ ଗିରଫ କରିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ତଲାସ କରୁଛି।