ଇରାନ ବିରୋଧରେ ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିପାରିବେନି ଟ୍ରମ୍ପ, ଆମେରିକା ସଦନରେ ପ୍ରସ୍ତାବ ପାରିତ

ୱାଶିଂଟନ,ଏଜେନ୍ସି: ଇରାନ ବିରୋଧରେ ସାମରିକ କାର୍ୟ୍ୟାନୁଷ୍ଠାନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିପାରିବେ ନାହିଁ। ଏ ସମ୍ପର୍କିତ ଏକ ପ୍ରସ୍ତାବ ଆମେରିକା ସଦନରେ ପାରିତ ହେବା ପରେ ଟ୍ରମ୍ପଙ୍କ କ୍ଷମତା ସୀମିତ ହୋଇଯାଇଛି। ଆମେରିକା ସଦନରେ ୨୨୪-୧୯୪ ମତରେ ଏହି ପ୍ରସ୍ତାବ ପାରିତ ହୋଇଛି। ଏହାକୁ କଂଗ୍ରେସର ଏଲିଜା ସ୍ଲଣ୍ଟକିନ୍‌ ଏହି ପ୍ରସ୍ତାବ ଆଗତ କରିଥିଲେ। ଏହା ପୂର୍ବରୁ ସ୍ଲଣ୍ଟକିନ ଶିୟା ମିଲିଶିୟାରେ ସ୍ୱତନ୍ତ୍ର ସିଆଇଏ ବିଶ୍ଳେଷକ ଭାବେ କାମ କରିଛନ୍ତି। ଏହା ସହିତ ସେ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାରରେ କାର୍ୟ୍ୟକାରୀ ସୁରକ୍ଷା ସହାୟକ ସଚିବ ରହିଥିଲେ।