ନିର୍ଭୟା ମାମଲାର କ୍ୟୁରେଟିଭ ପିଟିଶନ ଦାଖଲ କଲେ ବିନୟ କୁମାର ଶର୍ମା

ନୂଆଦିଲ୍ଲୀ,ଏଜେନ୍‍ସି: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦଣ୍‍ଡ ଘୋଷଣା ହେବା ସହ ସେମାନଙ୍‍କୁ ଏକା ସାଙ୍‍ଗରେ ଫାଶି ଦେବା ପାଇଁ ନିଷ୍‍ପତ୍‍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୋଷୀ ବିନୟ କୁମାର ଶର୍ମା ସୁପ୍ରିମକୋର୍ଟରେ ଏକ କ୍ୟୁରେଟିଭ ପିଟିଶନ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କ ଫାଶୀ ତାରିଖ ୨୨ ଜାନୁୟାରୀ ସକାଳ ୭ଟା ଦିଆଯିବାକୁ ନିର୍ଦ୍ଦେଶ ଦେବା ପରେ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିଲା। ଏହାପରେ ଦୋଷୀଙ୍କ ପାଇଁ ଲଢୁଥିବା ଓକିଲ ଏ.ପି. ସିଂ କହିଥିଲେ ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଦିନେ ଦୁଇ ଦିନ ମଧ୍ୟରେ କ୍ୟୁରେଟିଭ ପିଟିଶନ ଦାଖଲ କରିବେ।