ରାଉରକେଲା,ଏନ୍ଏନ୍ଏସ୍: ଆଜି ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ ହେଉଥିବା ବେଳେ ଏ ନେଇ ରାଉରକେଲାର ବିଶ୍ରାଛକ ନିକଟରେ ମଧ୍ୟ ରାସ୍ତା ଅବରୋଧ କରାଯାଇଥିଲା। ଏହି ସମୟରେ ଏକ ପିକଅପ ଭ୍ୟାନ ମାଛ ବୋଝଇ କରି ଯାଉଥିବା ବେଳେ ରାସ୍ତାଉପରେ ଓଲଟି ପଡ଼ିଥିଲା। ଫଳରେ ଭ୍ୟାନଟିରେ ଥିବା ମାଛଗୁଡ଼ିକ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଭ୍ୟାନରେ ଜୀଅନ୍ତା ମାଛ ଥିଲେ । ପିକ ଅପ ଭ୍ୟାନଟି ଓଲଟିପଡିବାରୁ ରାସ୍ତା ଉପରେ ମାଛ ଗୁଡିକ ପଡି ଛଟପଟ ହୋଇଥିଲେ । ମାଛ ଗୁଡିକ ରାସ୍ତାରେ ପଡିଯିବା ପରେ ଯିବା ଆସିବା କରୁଥିବା ଲୋକେ ସେଗୁଡିକ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଲିସ ଓ ଆନ୍ଦୋଳନକାରୀ ଥିବାରୁ ମାଛ ଗୁଡିକ ନେଇପାରିନଥିଲେ ।
