ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ

ପିପିଲି,ଏନ୍ଏନ୍ଏସ୍: ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜ ନିକଟରେ ଏକ କାର ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କାରଟି କେଉଁ ଅଞ୍ଚଳର ଏବଂ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ରାସ୍ତା କଡ଼ରେ ଥିବା ଏକ ବ୍ରିଜରେ କାରଟି ମାଡ ହୋଇ ଖାଲ ନୟନ ଜୋର ମଧ୍ୟକୁ ପଶିଯାଇଥିଲା।
କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି କ୍ଷ ଖବର ପାଇ ପିପିଲିରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ୟ୍ୟ ଚଳାଇଥିବା ସୂଚନା ମିଳିଛି। ରାତି ପ୍ରାୟ ସାଢେ ୨ ଟାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କାର ମଧ୍ୟରେ ଅନ୍ୟ ୨ଜଣ ଥିବାର ଆହତ ବ୍ୟକ୍ତିଙ୍କ ଠାରୁ ସୂଚନା ପାଇ ଦମକଳ କର୍ମଚାରୀ ଓ ସ୍ଥାନୀୟ ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ସେମାନଙ୍କୁ ଠାବ କରାଯାଇ ପାରିନାହିଁ।