ଭାଙ୍ଗି ପଡ଼ିଲା ନିର୍ମାଣାଧୀନ ରେଳବାଇ ଓଭର୍‌ବ୍ରିଜ୍‌

ବାଲେଶ୍ୱର,ଏନ୍ଏନ୍ଏସ୍ : ବାଲେଶ୍ୱରରୁ ଭଦ୍ରକ ଯିବା ବାଟରେ ପଡୁଥିବା ପ୍ରଥମ ରେଳବାଇ ଓଭର୍‌ବ୍ରିଜ୍‌ ଭାଙ୍ଗି ପଡ଼ିବାରୁ ସେ ବାଟେ ସମସ୍ତ ରେଳଗାଡ଼ି ଚଳାଚଳ ବାତିଲ କରାଯାଇଛି। ପ୍ରାୟ ୬୦ ମିଟର୍‌ ଦୀର୍ଘ ସେ ଓଭର୍‌ବ୍ରିଜ୍‌ରେ ୬ଟି ଗାର୍ଡର୍‌ ଲାଗିବାର ଥିଲା। ଆଜି ଶେଷ ଗାର୍ଡରଟି ଲଗାଯିବା ପରେ ପରେ ପ୍ରଥମ ଗାର୍ଡରଟି ତଳକୁ ଖସିପଡ଼ିଲା। ତା’ସହ ତୃତୀୟ ଏବଂ ଚତୁର୍ଥ ଗାର୍ଡର୍‌ ମଧ୍ୟ ବାଙ୍କି ଯାଇ ତଳକୁ ଓହଳି ରହିଛି। ଏଥିଯୋଗୁଁ ଉପରେ ଟଣାଯାଇଥିବା ବିଜୁଳି ତାରଗୁଡ଼ିକ ମଧ୍ୟ ଛିଡ଼ିଯାଇ ତଳେ ପଡ଼ିଛି। ରେଳ ବିଭାଗର ଇଞ୍ଜିନିୟର୍‌, ମେକାନିକ୍‌, କର୍ମଚାରୀ ଏବଂ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅବସ୍ଥା ସୁଧାରିବାକୁ ଉଦ୍ୟମ ଚଳାଇଛନ୍ତି।