ଜିଲ୍ଲାସ୍ତରୀୟ ମିନି ମାରାଥାନ ପ୍ରତିଯୋଗିତା ଅନୁଷ୍ଠିତ ଜିଲ୍ଲା By Nitidin Last updated Dec 29, 2019 Share ଝାରସୁଗୁଡା,ଏନ୍ଏନ୍ଏସ୍: ଟିଆରଏଲ କ୍ରୋସାକି ଆନୁକୁଲ୍ୟରେ ଝାରସୁଗୁଡା ଜିଲ୍ଲା ବେଲପାହାଡ- ଗୋମାଡେରାରେ ରବିବାର ଜିଲ୍ଲା ସ୍ତରୀୟ ମିନି ମାରଥାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ୧୦ ଓ ୫ କିମି ଦୌଡ ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାର ୬୫୦ ଜଣ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୧୦ କିମି ପୁରୁଷ ବିଭାଗରେ ସୁନିଲ ସା ପ୍ରଥମ, ପ୍ରାନଧର ବାରିକ ଦ୍ୱିତୀୟ, ନିତିନ କୁମାର ତୃତିୟ ସ୍ଥାନ ଓ ୫ କିମି ପୁରୁଷ ବର୍ଗରେ ଅନିଲ କୁଆ ପ୍ରଥମ, ପ୍ରେମ ସାଗର କିସାନ ଦ୍ୱିତୀୟ, ବାରଙ୍ଗ ଭୋଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହିଳା ୫ କିମି ବର୍ଗରେ ନୋବିନିତା ସା ପ୍ରଥମ, ଜୁଲି ଜୟପୁରିଆ ଦ୍ୱିତୀୟ,ସୌଦାମିନି ମୁଣ୍ଡା ତୃତୀୟ ସ୍ଥାନ ଓ ୧୦ କିମି ବର୍ଗରେ ଶାନ୍ତି ଦେହେରି ପ୍ରଥମ, ଅଞ୍ଜୁ ପ୍ରଧାନ ଦ୍ୱିତିୟ ଓ ମହେଶ୍ୱତା ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ୧୦ କିମି ବର୍ଗରେ ପ୍ରଥମ, ଦ୍ୱିତିୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୧୧ ହଜାର, ୮ ହଜାର ଓ ୫ ହଜାର ପୁରସ୍କାର ରାଶି ସହ ମେଡାଲ ପ୍ରଦାନ କରାଯାଇଥିବା ବେଳେ ୫ କିମି ବର୍ଗରେ ୮ ହଜାର, ୫ ହଜାର ଓ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାସହ ପ୍ରତିଯୋଗିତାରେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ମୋଡେଲ ପ୍ରଦାନ କରାଯାଇଛି। ସେହିପରି ପୁରୁଷ ବର୍ଗରେ ଅଂଶ ଗ୍ରହଣ କରି ୧୦ କିମି ଦୌଡ ପୁରା କରିଥିବା ୮୦ ବର୍ଷିୟ ରଘୁ ସୁନା ଓ ମହିଳା ବର୍ଗରେ ୫ କିମି ଦୌଡ ପୁରା କରିଥିବା ୬୦ ବର୍ଷିୟ ମମତା ପଲଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଛି। ପ୍ରତିଯୋଗୀତା ସମୟରେ ଟିଆରଏଲ କ୍ରୋସାକିର ଏମଡି ପ୍ରିୟବ୍ରତ ପଣ୍ଡା, ସୁଧାରାଣି ପଣ୍ଡା, ଜିଲ୍ଲା କ୍ରୀଡା ସଙ୍ଘ ର ସଧାରଣ ସମ୍ପାଦକ ତଥା ରାଜ୍ୟ କ୍ରୀଡା ସଙ୍ଗର ଉପସଭାପତି ତାପସ ରାୟ ଚୌଧୁରୀ, ଟିଆରଏଲ କ୍ରୋସାକିର ବରିଷ୍ଠ ଅଧିକାରୀ ତାରାପଦ ଦାସ, ସନ୍ତୋଷ ମିଶ୍ର, ଶଶାଙ୍କ ଦିକ୍ଷିତ,ତପନ କାନ୍ତି ଜେନା ପ୍ରମୁଖଙ୍କ ସହ ବେଲପାହାଡର ବିଭିନ୍ନ କ୍ଲବ ଓ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏମଡି ଶ୍ରୀ ପଣ୍ଡା କହିଛନ୍ତି ଏହି ମିନି ମାରଥାନ ଦୌଡ ଏକତା ଓ ସୁସ୍ଥତାର ବାର୍ତା ପ୍ରଦାନ କରୁଛି। କ୍ରୀଡା ବିଭିଦତା ମଧ୍ୟରେ ଏକତା ଆଣିବା ସହ ମଣିଷ ଶରୀରକୁ ସୁସ୍ଥ ରଖିଥାଏ। ତେଣୁ ଜିଲ୍ଲାବାସୀଙ୍କ ମଧ୍ୟରେ ଏକତା ଓ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଟିଆରଏଲ କ୍ରୋସାକି ସବୁବେଳେ ଉଦ୍ୟମରତ ବୋଲି ସେ କହିଛନ୍ତି। ସେହିପରି ତାପସରାୟ ଚୌଧୁରୀ ଆଗାମୀ ଦିନରେ ଏହି ପ୍ରତିଯୋଗିତାକୁ ଆହୁରି ବଡ ଧରଣର କରାଯିବ ବୋଲି କହିଛନ୍ତି। Share