ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

ପାଟଣା,ଏନ୍ଏନ୍ଏସ୍: ପାଟଣା ଥାନା କରଞ୍ଜିଆପଡା ଗ୍ରାମରେ ବାପ ଘରେ ରହୁଥିବା ବିବାହିତ ମହିଳା ବାସନ୍ତୀ ନାଏକ(୨୨)କୁ ଶନିବାର ବିଲମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ କରଞ୍ଜିଆପଡା ଗ୍ରାମର ବୁଦ୍ଧଦେବ ବିଶ୍ୱାଳ କୁ ପାଟଣା ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି

ବିବାହିତ ମହିଳାଙ୍କ ଅଭିଯୋଗ ଅନୁଯାୟୀ ମହିଳା ଜଣଙ୍କ ତାଙ୍କ ଘରେ ଏକା ଶୋଇଥିବା ସମୟରେ ବୁଦ୍ଧଦେବ ନିଶାଶକ୍ତ ଅବସ୍ଥାରେ ଯାଇ ତାଙ୍କୁ ଦୁଷ୍କର୍ମ କରିବା କୁ ଉଦ୍ୟମ କରିଥିଲେ ମହିଳା ଜଣକ ବାରଣ କରିବାରୁ ଏକ ଛୁରା ଦେଖାଇ ଭୟଭୀତ କରାଇ ଦୁଷ୍କର୍ମ କରିବା କୁ ଉଦ୍ୟମ କରୁଥିଲା କୌଶଳ କ୍ରମେ ମହିଳା ସେଠାରୁ ଖସି ଯାଇ ଚିତ୍କାର କରିଥିଲେ ମହିଳା ଙ୍କ ଚିତ୍କାର ଶୁଣି ସାଇପଡିଶା ଉଠି ପଡିବାରୁ ଘଟଣା ସ୍ଥଳରୁ ଅଭିଯୁକ୍ତ ଯୁବକ ଜଣକ ଖସି ପ୍ଲାଇଥିଲା ଏନେଇ ମହିଳା ଜଣକ ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ପୋଲିସ ୨୦୮/୧୯ ରେ ମାମଲା ରୁଜୁ କରି ବୁଦ୍ଧଦେବ ବିଶ୍ୱାଳ କୁ ଗିରଫ କରି କୋର୍ଟ ଚାଲାଣ କରିଛି।